ପଞ୍ଜାବରେ ଆପ୍ ସରକାରଙ୍କ ବଡ଼ ଘୋଷଣା: ଜୁଲାଇରୁ ୩୦୦ ୟୁନିଟ୍ ମାଗଣା ବିଦୁ୍ୟତ
ଚଣ୍ଡୀଗଡ଼: ଏପ୍ରିଲ ୧୬: ପଞ୍ଜାବରେ ଆପ୍ ସରକାର କ୍ଷମତାସୀନ ହେବାର ମାସେ ହୋଇଯାଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ପଞ୍ଜାବବାସୀଙ୍କୁ ଖୁସିର ଖବର ଶୁଣାଇଛନ୍ତି । ଜୁଲାଇ ପହିଲାରୁ ପ୍ରତି ପରିବାର ପାଇଁ ୩୦୦ ୟୁନିଟ୍ ମାଗଣା ବିଦୁ୍ୟତ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ଚଳିତ ଏପ୍ରିଲ ମାସରେ ମାଗଣା ବିଦୁ୍ୟତ ସେବା ମିଳିବ ବୋଲି ପ୍ରଥମେ ଖବର ଶୁଣିବାକୁ ମିଳିଥିଲା । ਸਾਡੇ ਲੀਡਰ ਅਤੇ ਦਿੱਲੀ […]
ଚଣ୍ଡୀଗଡ଼: ଏପ୍ରିଲ ୧୬: ପଞ୍ଜାବରେ ଆପ୍ ସରକାର କ୍ଷମତାସୀନ ହେବାର ମାସେ ହୋଇଯାଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ପଞ୍ଜାବବାସୀଙ୍କୁ ଖୁସିର ଖବର ଶୁଣାଇଛନ୍ତି । ଜୁଲାଇ ପହିଲାରୁ ପ୍ରତି ପରିବାର ପାଇଁ ୩୦୦ ୟୁନିଟ୍ ମାଗଣା ବିଦୁ୍ୟତ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ଚଳିତ ଏପ୍ରିଲ ମାସରେ ମାଗଣା ବିଦୁ୍ୟତ ସେବା ମିଳିବ ବୋଲି ପ୍ରଥମେ ଖବର ଶୁଣିବାକୁ ମିଳିଥିଲା ।
ਸਾਡੇ ਲੀਡਰ ਅਤੇ ਦਿੱਲੀ ਦੇ CM ਅਰਵਿੰਦ ਕੇਜਰੀਵਾਲ ਜੀ ਨਾਲ਼ ਬਹੁਤ ਵਧੀਆ ਮੀਟਿੰਗ ਹੋਈ। ਬਹੁਤ ਜਲਦ ਪੰਜਾਬ ਦੇ ਲੋਕਾਂ ਨੂੰ ਇੱਕ ਚੰਗੀ ਖ਼ਬਰ ਦੇਵਾਂਗਾ।
हमारे लीडर और दिल्ली के CM अरविंद केजरीवाल जी के साथ बहुत अच्छी मीटिंग हुई। बहुत जल्द पंजाब के लोगों को एक अच्छी ख़बर दूँगा।
— Bhagwant Mann (@BhagwantMann) April 12, 2022
ଏହି ମାଗଣା ସେବା ଯୋଗାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମାନ୍ ଟୁଇଟ୍ କରି ସୂଚନା ଦେଇଥିଲେ ଯେ, ଆମ ନେତା ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଖୁବ୍ ଶୀଘ୍ର ପଞ୍ଜାବବାସୀଙ୍କୁ ମୁଁ ଖୁସିଖବର ଦେବି ।




