ଭାରତୀୟ ଦମ୍ପତିଙ୍କର ପାଦଚଲା ଭାରତ ମିଶନ୍‌

ଆନ୍ଧ୍ରପ୍ରେଦେଶ: ଜୁଲାଇ ୦୯: ଇତିହାସ ରଚିଲେି ଭାରତୀୟ ଦମ୍ପତି । ୫୩ ବର୍ଷୀୟ ବେନି କୋଟାରା ଏବଂ ତାଙ୍କ ପତ୍ନୀ ୪୬ ବର୍ଷୀୟା ମୌଲୀ ବେନି କୋଟାୟାମର ପାଲିକାଥୋଡରୁ ପାଦରେ ଭାରତ ଭ୍ରମଣ ସାରି ଫେରିଛନ୍ତି । ୨୦୨୧ ମସିହା ଡିସେମ୍ବର ୦୧ରୁ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ତାଙ୍କର ୨୧୬ ଦିନ ପାଦଚଲା ଅଭିଯାନ ୨୦୨୨ ଜୁଲାଇ ୩ରେ ଶେଷ ହୋଇଥିଲା । ବେନି କୁହନ୍ତି ଯେ ଚାଲିବା ପାଇଁ ପ୍ରୋତ୍ସାହନ ଦେବା ଏବଂ ନିଃସନ୍ତାନ ଦମ୍ପତିଙ୍କୁ […]

Samaya Live Picture
Published On

ଆନ୍ଧ୍ରପ୍ରେଦେଶ: ଜୁଲାଇ ୦୯: ଇତିହାସ ରଚିଲେି ଭାରତୀୟ ଦମ୍ପତି । ୫୩ ବର୍ଷୀୟ ବେନି କୋଟାରା ଏବଂ ତାଙ୍କ ପତ୍ନୀ ୪୬ ବର୍ଷୀୟା ମୌଲୀ ବେନି କୋଟାୟାମର ପାଲିକାଥୋଡରୁ ପାଦରେ ଭାରତ ଭ୍ରମଣ ସାରି ଫେରିଛନ୍ତି । ୨୦୨୧ ମସିହା ଡିସେମ୍ବର ୦୧ରୁ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ତାଙ୍କର ୨୧୬ ଦିନ ପାଦଚଲା ଅଭିଯାନ ୨୦୨୨ ଜୁଲାଇ ୩ରେ ଶେଷ ହୋଇଥିଲା । ବେନି କୁହନ୍ତି ଯେ ଚାଲିବା ପାଇଁ ପ୍ରୋତ୍ସାହନ ଦେବା ଏବଂ ନିଃସନ୍ତାନ ଦମ୍ପତିଙ୍କୁ ବାର୍ତ୍ତା ଦେବା ପାଇଁ ଆମେ ଏହି ଅଭିଯାନ ଆରମ୍ଭ କରିଛୁ, ଯାହା ଏକାଠି ଭ୍ରମଣ କରିବାର ଏକ ଜାଗରଣର ନୂଆ ଭାବନା ଆଣିପାରେ । ଆନ୍ଧ୍ର୍ରପ୍ରଦେଶରେ ୧୫ ବର୍ଷରୁ ଅଧିକ ସମୟ ଶିକ୍ଷକ ଭାବରେ କାର୍ଯ୍ୟ କରିବା ପରେ କୋଭିଡ ପରେ ତାଙ୍କୁ ଘରକୁ ଫେରିବାକୁ ପଡିଥିଲା । ବେନି ଏବଂ ମୌଲୀ ଦେଶ ଭ୍ରମଣ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ସେମାନଙ୍କର ପୂରା ଯାତ୍ରା ସମୟରେ ଏହି ଦମ୍ପତି ଅନେକ ପ୍ରତିକୂଳ ପରିସ୍ଥିତିରେ ସମ୍ମୁଖୀନ ହୋଇଥିଲେ । ମୌଲୀ ଏବଂ ବେନିଙ୍କର ବିକି ୱାଣ୍ଡର୍‌ ୱାଲଡ ନାମରେ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଅଛି । ସେମାନେ ଏହି ଅଭିଯାନକୁ ଚ୍ୟାନେଲରେ ଶେୟାର କରିଛନ୍ତି । ସେ ପରିଦର୍ଶନ କରିଥିବା ସମସ୍ତ ସ୍ଥାନ ମଧ୍ୟରୁ ପଞ୍ଜାବର ସୁବର୍ଣ୍ଣ ମନ୍ଦିର ତାଙ୍କର ପ୍ରିୟ ବୋଲି କହିଛନ୍ତି । ତେବେ ସାତ ମାସ ତିନି ଦିନ ମଧ୍ୟରେ ୧୭ଟି ରାଜ୍ୟକୁ ଭ୍ରମଣ କରିଥିବାରୁ ୟୁନିଭର୍ସାଲ୍‌ ରେକର୍ଡସ୍‌ ଫୋରମ୍‌ ବେନି ଏବଂ ମୌଲୀଙ୍କୁ ସାରା ଭାରତକୁ ଭ୍ରମଣ କରିଥିବା ପ୍ରଥମ ଦମ୍ପତି ପାଇଁ ୨୦୨୨ର ଜାତୀୟ ରେକର୍ଡରେ ସମ୍ମାନୀତ କରିଛି ।