ବଲୁଚିସ୍ତାନରେ ପୁଲିସ ପୋଷ୍ଟ ଉପରେ ଆତଙ୍କବାଦୀ ଆକ୍ରମଣ: ଦୁଇ ବରିଷ୍ଠ ଅଧିକାରୀଙ୍କ ସମେତ ୯ ପୁଲିସ ନିହତ

ବଲୁଚିସ୍ତାନରେ ପୁଲିସ ପୋଷ୍ଟ ଉପରେ ଆତଙ୍କବାଦୀ ଆକ୍ରମଣ: ଦୁଇ ବରିଷ୍ଠ ଅଧିକାରୀଙ୍କ ସମେତ ୯ ପୁଲିସ ନିହତ
Samaya Live Desk Picture
Published On

ଇସଲାମାବାଦ: ପାକିସ୍ତାନର ଅଶାନ୍ତ ବଲୁଚିସ୍ତାନ ପ୍ରଦେଶରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ, ମଙ୍ଗଳବାର ଦିନ ବଲୁଚିସ୍ତାନର ଜିଆରତ ଜିଲ୍ଲାର ମାଙ୍ଗି ଫେଜ୍-୩ ଅଞ୍ଚଳରେ ଏକ ପୁଲିସ ପୋଷ୍ଟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦୁଇ ବରିଷ୍ଠ ଅଧିକାରୀଙ୍କ ସମେତ ନଅ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ପାଞ୍ଚ ଜଣ ପୁଲିସ କର୍ମଚାରୀ ଏବେ ବି ନିଖୋଜ ଅଛନ୍ତି। ନିହତ ପୁଲିସକର୍ମୀଙ୍କ ମୃତଦେହକୁ ଜିଆରତର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲକୁ ନିଆଯାଇଛି। ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।ଜିଆରତ ଡେପୁଟି କମିସନର(ଡିସି)ଅବଦୁଲ କୁଦୁସ୍ ଆଚାକଜାଇ ଆକ୍ରମଣକୁ ନିଶ୍ଚିତ କରି କହିଛନ୍ତି, ଏହା ଏକ ଆତଙ୍କବାଦୀ ଆକ୍ରମଣ ଏବଂ ଏହା ମାଙ୍ଗି ଡ୍ୟାମ୍ ଅଞ୍ଚଳରେ ଘଟିଛି। ଡେପୁଟି କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ସୁରକ୍ଷା ବାହିନୀ ଅଞ୍ଚଳରେ ଅପରେସନ୍ ଚଳାଇଛନ୍ତି।

Tags: