ଦିୱାଲୀରେ ୮୦ କୋଟି ଲୋକ ପାଇବେ ମାଗଣା ରାସନ

ନୂଆଦିଲ୍ଲୀ : ରାସନ କାର୍ଡ ଧାରକଙ୍କ ପାଇଁ ଖୁସି ଖବର I ଦିୱାଲୀ ପୂର୍ବରୁ ୮୦ କୋଟି ରାସନ କାର୍ଡ ଧାରୀଙ୍କୁ କେନ୍ଦ୍ରସରକାରଙ୍କ ତରଫରୁ ମିଳିବ ମାଗଣା ରାସନ I ସରକାର ଗରିବ କଲ୍ୟାଣ ଖାଦ୍ୟ ଯୋଜନାର ଅବଧି ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି I ବୁଧବାର ପିଏମ୍ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି I ଖାଦ୍ୟ ମନ୍ତ୍ରଣାଳୟ ମାଗଣା ଖାଦ୍ୟ ଶସ୍ୟ ଯୋଜନା ପାଇଁ ତିନି ମାସର ଅବଧି ପ୍ରସ୍ତାବ […]

Samaya Live Picture
Published On

ନୂଆଦିଲ୍ଲୀ : ରାସନ କାର୍ଡ ଧାରକଙ୍କ ପାଇଁ ଖୁସି ଖବର I ଦିୱାଲୀ ପୂର୍ବରୁ ୮୦ କୋଟି ରାସନ କାର୍ଡ ଧାରୀଙ୍କୁ କେନ୍ଦ୍ରସରକାରଙ୍କ ତରଫରୁ ମିଳିବ ମାଗଣା ରାସନ I ସରକାର ଗରିବ କଲ୍ୟାଣ ଖାଦ୍ୟ ଯୋଜନାର ଅବଧି ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି I ବୁଧବାର ପିଏମ୍ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି I

ଖାଦ୍ୟ ମନ୍ତ୍ରଣାଳୟ ମାଗଣା ଖାଦ୍ୟ ଶସ୍ୟ ଯୋଜନା ପାଇଁ ତିନି ମାସର ଅବଧି ପ୍ରସ୍ତାବ ଦେଇଥିଲା, ଯାହା ଉପରେ ଆଲୋଚନା କରାଯାଇଥିଲା ଏବଂ ଏହି ଯୋଜନାର ଅବଧି ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ ପକ୍ଷରୁ ଏହାର ଘୋଷଣା ପରେ ଏବେ ସିଧାସଳଖ ଦେଶର ୮୦ କୋଟି ରାସନକାର୍ଡଧାରୀ ଏହାର ଲାଭ ପାଇବେ । କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଏହି ଯୋଜନାରେ ୩.୪୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ଏହି ଯୋଜନାରେ ରାସନକାର୍ଡଧାରୀଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ମାସିକ ବ୍ୟକ୍ତି ପ୍ରତି ୫ କିଲୋ ରାସନ ମାଗଣାରେ ଯୋଗାଇ ଦେଇଥାନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବିଶ୍ବର ସବୁଠାରୁ ବଡ଼ ଅନ୍ନ ଯୋଜନା ଅଟେ । ତେବେ ଏହି ଯୋଜନା ଯୋଗୁଁ ସରକାରଙ୍କ ଉପରେ ବାର୍ଷିକ ୧୮ ବିଲିୟନ ଡଲାର (ପ୍ରାୟ ୧ .୪୪ ଲକ୍ଷ କୋଟି) ଅତିରିକ୍ତ ଖର୍ଚ ବଢିଥାଏ ।

କେନ୍ଦ୍ର ସରକାରଙ୍କ ଏହି ଯୋଜନା ଅଧୀନରେ ଦେଶର ୮୦ କୋଟି ଲୋକଙ୍କୁ ପ୍ରତି ମାସରେ ୫ କିଲୋ ଗହମ କିମ୍ବା ଚାଉଳ ମିଳିଥାଏ । ଏଥିରେ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସବସିଡି ମାଧ୍ୟମରେ ଲୋକଙ୍କୁ ମାଗଣା ରାସନ ମିଳିଥାଏ I କେନ୍ଦ୍ର ସରକାରଙ୍କ ତରଫରୁ ଏହି ଯୋଜନାକୁ କୋଭିଡ଼ ସମୟରେ ଏପ୍ରିଲ ୨୦୨୦ରେ ଆରମ୍ଭ କରାଯାଇଥିଲା । ପରେ ମାର୍ଚ୍ଚ ୨୦୨୨ରେ ଏହାକୁ ୬ମାସ ଲାଗି ବଢାଇ ଦିଆଯାଇ ସେପ୍ଟେମ୍ବର ପର୍ଯ୍ୟନ୍ତ କରାଯାଇଥିଲା । ଏବେ ସରକାର ପୁଣି ଥରେ ଚଳିତ ମାସରୁ ବଢାଇ ଡିସେମ୍ବର ୨୦୨୨ପର୍ଯ୍ୟନ୍ତ କରିଦେଇଛନ୍ତି । ମାତ୍ର ସୂଚନା ଅନୁସାରେ ଏହାକୁ ୬ମାସ ପର୍ଯ୍ୟନ୍ତ ବଢାଇବାକୁ ଚାଲିଥିଲା ଆଲୋଚନା ।