ବିହାର ମନ୍ଦିରରେ ଦଳାଚକଟା, ୮ ମହିଳା ଭକ୍ତଙ୍କ ମୃତ୍ୟୁ  

ବିହାର ମନ୍ଦିରରେ ଦଳାଚକଟା, ୮ ମହିଳା ଭକ୍ତଙ୍କ ମୃତ୍ୟୁ   
Samaya Live Desk Picture
Published On

ପାଟନା : ବିହାରର ନାଳନ୍ଦା ଜିଲ୍ଲାର ମନ୍ଦିରରେ ଦଳାଚକଟା ଘଟି ଆଠ ଜଣ ମହିଳା ଭକ୍ତଙ୍କ ମୃତ୍ୟୁ ଘଟିଛି। ନାଳନ୍ଦା ଜିଲ୍ଲାର ବିହାର ସରିଫଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଥିବା ମାଘରା ଗ୍ରାମର ମାତା ଶୀତଳା ମନ୍ଦିରରେ ଦଳାଚକଟା ଘଟିଥିଲା। ଚୈତ୍ର ମାସର ଶେଷ ମଙ୍ଗଳବାର ହୋଇଥିବାରୁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା। ବିହାର ସରିଫ ସହକାରୀ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ନୁରୁଲ ହକ୍ କହିଛନ୍ତି, "ମଙ୍ଗଳବାର ସକାଳେ ଶୀତଳା ମାତା ମନ୍ଦିରରେ ଦଳାଚକଟା ହେବାରୁ ଅତି କମରେ ଆଠ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ପୋଲିସ କର୍ମଚାରୀ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି, ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦଳାଚକଟାର ପ୍ରକୃତ କାରଣ ଜଣାନାହିଁ, କିନ୍ତୁ ଭକ୍ତଙ୍କ ପ୍ରବଳ ଭିଡ଼ ଥିଲା ବୋଲି ଘଟଣାସ୍ଥଳରେ ଉପସ୍ଥିତ ଥିବା ହକ୍ କହିଛନ୍ତି। ଦଳାଚକଟା ବିଷୟରେ କହିବା ସମୟରେ ଜଣେ ଭକ୍ତ କାନ୍ଦି ପକାଇଲେ। "ସେଠାରେ ବହୁତ ଭିଡ଼ ଥିଲା। ଆମେ ଚାରି ଜଣ ପାଟନାରୁ ଆସିଥିଲୁ। ଆମେ ପରସ୍ପରଠାରୁ ଅଲଗା ହୋଇଗଲୁ। ଲୋକଙ୍କୁ ଦଳି ଦିଆଯାଇଥିଲା ବୋଲି ସେ କହିଛନ୍ତି।

 

Tags: