ଇରାନରେ ଭୟଙ୍କର ଅଗ୍ନିକାଣ୍ଡ, ୮ ଜୀବନ୍ତ ଦଗ୍ଧ

ଇରାନରେ ଭୟଙ୍କର ଅଗ୍ନିକାଣ୍ଡ, ୮ ଜୀବନ୍ତ ଦଗ୍ଧ
Samaya Live Desk Picture
Published On

ତେହେରାନ : ଇରାନ ରାଜଧାନୀ ତେହେରାନ ନିକଟରେ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି। ଆଣ୍ଡିସେ ସହରର ଆର୍ଘାଭାନ୍ ସପିଂ ସେଣ୍ଟରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି  ୮ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଆହୁରି ୩୬ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡ ସମୟରେ ସପିଂ ସେଣ୍ଟରରେ ଅତ୍ୟଧିକ ଭିଡ଼ ଥିବା କୁହାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ଭୟଙ୍କର ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ।

ଇରାନର ସରକାରୀ ଟେଲିଭିଜନ, ଆଇଆର୍‌ଆଇବି ରିପୋର୍ଟ କରିଛି, ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ସମ୍ପୃକ୍ତ କର୍ତ୍ତୃପକ୍ଷ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି। ତଦନ୍ତ ସମାପ୍ତ ହେବା ପରେ ହିଁ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହେବ। ଅଗ୍ନିକାଣ୍ଡ ପଛରେ କୌଣସି ଶତ୍ରୁତା କିମ୍ବା ବାହ୍ୟ ଆକ୍ରମଣର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ପ୍ରଶାସନ ଏହାକୁ କେବଳ ଏକ ଦୁଃଖଦ ଦୁର୍ଘଟଣା ଭାବରେ ଦେଖୁଛି।  

Tags: