କର୍ଣ୍ଣାଟକରେ ନଦୀରେ ଭାସିଯାଇ ୮ ଜଣଙ୍କ ମୃତ୍ୟୁ
ବେଙ୍ଗାଲୁରୁ: କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାରେ ଅତି ଦୁଃଖଦ ଘଟଣାକ୍ରମରେ ନଦୀରେ ଭାସିଯାଇ ୮ ଜଣଙ୍କର ମୃତ୍ୟୁ ଶିରାଳି ଗାଁର ୧୪ ଜଣ ଲୋକ ଥଟ୍ଟେ ହକ୍କଲୁ ନଦୀରେ ଶଙ୍ଖ-ଶାମୁକା ସଂଗ୍ରହ କରିବା ପାଇଁ ଯାଇଥିଲେ। ଏହା ସ୍ଥାନୀୟ ସମୁଦାୟର ପାରମ୍ପରିକ କାର୍ଯ୍ୟ। କିନ୍ତୁ ନଦୀର ପ୍ରଖର ସୁଅରେ ୭ ମହିଳାଙ୍କ ସମେତ ୮ ଜଣ ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ଅନ୍ୟ ଦୁଇଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ପୁଲିସର କହିବା ଅନୁଯୟୀ, ଲୋକମାନେ ପାଣିର ଗଭୀରତା ଓ ପ୍ରବାହର ପ୍ରଖରତାକୁ ଠିକ୍ଭାବରେ ଆକଳନ କରିପାରି ନ ଥିଲେ। ପ୍ରଥମେ କିଛି ଲୋକ ପ୍ରବାହରେ ଭାସିଗଲେ, ପରେ ସେମାନଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟମାନେ ବୁଡ଼ି ଯାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ କ୍ଷତିପୂରଣ ଘୋଷଣା କରିଛନ୍ତି।
Tags:



