ସ୍କୁଲ ରେ ଗୁଳିମାଡ଼ ୮ ମୃତ

ସ୍କୁଲ ରେ ଗୁଳିମାଡ଼ ୮ ମୃତ
Samaya Live News Picture
Published On

ଥାଇଲାଣ୍ଡ : ନାବାଳକ ଛାତ୍ରର ଉନ୍ମତ କାଣ୍ଡ । ସ୍କୁଲ ଭିତରେ ଗୁଳି ବର୍ଷା କରିବାରୁ ୫ ଜଣ ଶିକ୍ଷକଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଗୁଳିମାଡ଼ରେ ୧୫ ଜଣ ପିଲା ଆହତ ହୋଇଥିବା ସୂଚନା ମିଳିଛି । ଗୁଳିମାଡ଼ କରୁଥିବା ଛାତ୍ରର ମଧ୍ୟ ମୃତ୍ୟୁ ଘଟିଥିବା ନେଇ ପ୍ରାଥମିକ ସୂଚନା ମିଳିଛି । ତେବେ ସେ ନିଜେ ଆତ୍ମହତ୍ୟା କରିଛନ୍ତି ନା ପୋଲିସ ଗୁଳିରେ ମୃତ୍ୟୁ ଘଟିଛି ସେନେଇ କିଛି ସ୍ପଷ୍ଟ ହୋଇ ନାହିଁ । ସେପଟେ ଛାତ୍ର ଜଣଙ୍କ ସ୍କୁଲ ଆସିବା ପୂର୍ବରୁ ନିଜ ଜେଜେ ବାପାଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିଥିଲେ । ଘର ଭିତରୁ ତାଙ୍କ ମୃତଦେହ ଉଦ୍ଧର କରାଯାଇଛି । ଆଜି ନୋନ୍ଥାବୁରି ପ୍ରଦେଶର ବାଙ୍ଗ କ୍ରୁଇ ଜିଲ୍ଲାର ଏକ ଜଣାଶୁଣା ହାଇସ୍କୁଲରେ ଗୁଳିକାଣ୍ଡ ଘଟିଥିଲା । ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଅନୁତିନ ଚର୍ନବିରାକୁଲ ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Tags: