ବଢିବ ସରକାରୀ ଚାକିରିଆଙ୍କ ଦରମା, ସପ୍ତମ ପେ କମିଶନ ହେବ ଲାଗୁ

ନୂଆଦିଲ୍ଲୀ: ଜୁଲାଇ ୦୯: ଖୁବ୍‌ଶୀଘ୍ର କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର ।ଚଳିତ ମାସ ଶେଷ ଆଡ଼କୁ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ଉପହାର ଦେଇପାରନ୍ତି । ମିଳିଥିବା ସୂଚନା ଅନୁସାରେ, ଜୁଲାଇରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗାମାଡ଼କୁ ଦୃଷ୍ଟିରେ ରଖି ସରକାର ଖୁବ୍‌ଶୀଘ୍ର ବେତନ ବୃଦ୍ଧି କରିବେ ବୋଲି କର୍ମଚାରୀମାନେ ଆଶା ରଖିଛନ୍ତି । ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୩୪% ହାରରେ ଡିଏ ମିଳୁଛି । ଚଳିତ ବର୍ଷ ମାର୍ଚ୍ଚରେ କେନ୍ଦ୍ର ସରକାରୀ […]

Samaya Live Picture
Published On

ନୂଆଦିଲ୍ଲୀ: ଜୁଲାଇ ୦୯: ଖୁବ୍‌ଶୀଘ୍ର କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର ।ଚଳିତ ମାସ ଶେଷ ଆଡ଼କୁ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ଉପହାର ଦେଇପାରନ୍ତି । ମିଳିଥିବା ସୂଚନା ଅନୁସାରେ, ଜୁଲାଇରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗାମାଡ଼କୁ ଦୃଷ୍ଟିରେ ରଖି ସରକାର ଖୁବ୍‌ଶୀଘ୍ର ବେତନ ବୃଦ୍ଧି କରିବେ ବୋଲି କର୍ମଚାରୀମାନେ ଆଶା ରଖିଛନ୍ତି । ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୩୪% ହାରରେ ଡିଏ ମିଳୁଛି । ଚଳିତ ବର୍ଷ ମାର୍ଚ୍ଚରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ୩% ଡିଏ ବୃଦ୍ଧି ପାଇଥିଲା । ଶୁଣିବାକୁ ମିଳୁଛି, ପୁଣି ୫% ଡିଏ ବୃଦ୍ଧି ପାଇପାରେ । ଯଦି ୫% ଡିଏ ବୃଦ୍ଧି ହୁଏ, ତାହେଲେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ୩୪%ରୁ ବୃଦ୍ଧି ପାଇ ୩୯% ହୋଇଯିବ । ଚଳିତ ମାସ ପ୍ରାରମ୍ଭରେ ଡିଏ ବୃଦ୍ଧି ପାଇବ ବୋଲି କର୍ମଚାରୀମାନେ ଆଶା ରଖିଥିଲେ, ହେଲେ ବର୍ତ୍ତମାନ ସୁଦ୍ଧା ଏପରି କିଛି ଘୋଷଣା କରାଯାଇ ନାହିଁ । ଏବେ କୁହାଯାଉଛି ଯେ, ଜୁଲାଇ ୩୧ ଆଡ଼କୁ ଡିଏ ବୃଦ୍ଧି ପାଇପାରେ । ହେଲେ ଏନେଇ ସରକାରୀ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଏଆଇସିପିଆଇ ଆଧାରରେ ଡିଏ ବୃଦ୍ଧି ନେଇ ନିଷ୍ପତ୍ତି ହୋଇଥାଏ । ଇଣ୍ଡେକ୍ସର ସଂଖ୍ୟା ସୂଚାଉଛି, ଏଥର ଡିଏ ୪-୫% ବୃଦ୍ଧି ପାଇପାରେ । ଯଦି ୪% ଡିଏ ବୃଦ୍ଧି ପାଏ ତାହେଲେ ଏହାଦ୍ୱାରା ୫୦ ଲକ୍ଷ କର୍ମଚାରୀ ଓ ୬୫ ଲକ୍ଷ ପେନସନ୍‌ ଭୋଗୀ ଉପକୃତ ହେବେ ବୋଲି ଜଣାପଡ଼ିଛି । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୨୦୧୭ ମସିହା ଜୁନରୁ ସପ୍ତମ ବେତନ ଆୟୋଗର ଲାଭ ମିଳୁଛି । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏ ୩୪%ରୁ ବୃଦ୍ଧି ପାଇ ୩୯% ହୋଇଯିବ, ତାହେଲେ ଦରମା ମଧ୍ୟ ବଢିବ । ବର୍ତ୍ତମାନ ୧୮,୦୦୦ ଟଙ୍କା ବେସିକ୍‌ ସାଲାରି ଥିବା କର୍ମଚାରୀଙ୍କ ୩୪% ହିସାବରେ ସେମାନଙ୍କର ଡିଏ ୬,୧୨୦ ଟଙ୍କା ରହିଛି । ଯଦି ଡିଏ ବୃଦ୍ଧି ପାଇ ୩୯% ହୋଇଯିବ ତାହେଲେ କର୍ମଚାରୀଙ୍କୁ ୭,୦୨୦ ଟଙ୍କା ଡିଏ ମିଳିବ ।