ରାଘବ ଚଢାଙ୍କ ସହ ଆପ୍ ଛାଡିଲେ ୭ ସାଂସଦ

ରାଘବ ଚଢାଙ୍କ ସହ ଆପ୍ ଛାଡିଲେ ୭ ସାଂସଦ
Samaya Live News Picture
Published On

ନୂଆଦିଲ୍ଲୀ : ‘ଆମ ଆଦମୀ ପାର୍ଟି’କୁ ବଡ଼ ଝଟକା । ରାଘବ ଚଢାଙ୍କ ସହ ଆପ୍ ଛାଡିଲେ ୩ ସାଂସଦ । ‘ଆମ ଆଦମୀ ପାର୍ଟି’ର ପ୍ରତିଷ୍ଠାତା ସଦସ୍ୟ ଏବଂ ରାଜ୍ୟସଭା ସାଂସଦ ରାଘବ ଚଢା ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ଛାଡିବା ଘୋଷଣା କରିଛନ୍ତି । ତାଙ୍କ ସହ ଆପ୍‌ରୁ ଇସ୍ତଫା ଦେଇଛନ୍ତି ଦଳର ଆଉ ୭ ସାଂସଦ । ପଞ୍ଜାବରୁ ରାଜ୍ୟସଭାକୁ ଯାଇଥିବା ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ମଧ୍ୟ ଆପ୍‌ ଛାଡ଼ି ଦେଇଛନ୍ତି । ସେହିପରି ସ୍ବାତୀ ମାଲିୱାଲ, ବିକ୍ରମ ସାହାଣୀ, ରାଜିନ୍ଦର ଗୁପ୍ତା ଏବଂ ହରଭଜନ ସିଂହ ମଧ୍ୟ ଆପ ଛଡିଥିବାବେଳେ ବିଜେପିରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଏମାନେ ସମସ୍ତେ ରାଜ୍ୟ ସଭାରେ ଆପ ସାଂସଦ ରହିଥିଲେ । ରାଜ୍ୟ ସଭାରେ ଆପର ମୋଟ ୧୦ ଜଣ ରହିଥିବାବେଳେ ବର୍ତ୍ତମାନ ଆଉ ୩ଜଣ ସାଂସଦ ରହିବେ । ଏହି ପରିପ୍ରେକ୍ଷୀରେ ରାଘବ ଚଢା ଅଭିଯୋଗ କରି କହିଛନ୍ତି କି ଆମ ଆଦମୀ ପାର୍ଟି ଏହାର ମୂଳ ମୂଲ୍ୟବୋଧରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଛି, ଏବଂ ଫଳସ୍ୱରୂପ, ସେ ଏବେ ଲୋକଙ୍କ ସହିତ ପୁନଃ ସଂଯୋଗ ସ୍ଥାପନ କରିବା ପାଇଁ ଦଳ ଛାଡୁଛନ୍ତି ।
 

 

Tags: