ଶ୍ରୀନଗର-ଲେହ ରାଜପଥରେ ବରଫ ଅତଡ଼ା ଧସି ୭ ମୃତ
ଶ୍ରୀନଗର: ଶୁକ୍ରବାର ଅପରାହ୍ଣ ୪ଟାରେ ଜମ୍ମୁ-କଶ୍ମୀରର ଶ୍ରୀନଗର-ଲେହ ରାଜପଥରେ ବରଫ ଅତଡ଼ା ଧସି ୭ ଜଣଙ୍କ ମୃତ୍ୟୁ ହୋଇଛଇ। ଜୋଜିଲା ନିକଟସ୍ଥ ଜିରୋ ପଏଣ୍ଟ ନିକଟରେ ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଗାଡି ୬ ଫୁଟରୁ ଅଧିକ ବରଫରେ ପୋତି ହୋଇଯାଇଥିଲା। ପୁଲିସ କହିବା ଅନୁସାରେ, ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ୫ ଜଣଙ୍କୁ ନିରାପଦରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ରାସ୍ତାରୁ ଆବର୍ଜନା ଓ ବରଫ ସଫା ପାଇଁ କାର୍ଯ୍ୟ ଜାରି ରହିଛି।
Tags:



