କର୍ଣ୍ଣାଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ ମୃତ, ୨ ଗୁରୁତର
ବେଙ୍ଗାଲୁରୁ : କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାରେ ଧାରୱାଡ୍ରୁ ଧର୍ମସ୍ଥଳ ଓ ଚିକମାଗାଲୁର ଅଭିମୁଖେ ଯାଉଥିବା ଏକ କାର୍, ଲରି ସହ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଗୁରୁବାର ସକାଳେ ୟେଲ୍ଲାପୁର ପୋଲିସ ଷ୍ଟେସନ ସୀମା ମଧ୍ୟରେ ଥିବା ଜାତୀୟ ରାଜପଥ-୫୨ର ଆରବାଇଲ୍ ଘାଟି ଅଞ୍ଚଳର ବାଲାଗାରା କ୍ରସ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ହୁବଲିସ୍ଥିତ କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଆନୁଯାୟୀ, ଗାଡ଼ିରେ ଚାଳକଙ୍କ ସମେତ ମୋଟ ୯ ଜଣ ଯାତ୍ରୀ ଥିଲେ ଏବଂ ଗାଡ଼ି ଚାଳକ ଜଣକ ଅତି ଦ୍ରୁତ ଓ ବେପରୁଆ ଭାବେ ଗାଡ଼ି ଚଲାଉଥିଲେ। ରାସ୍ତାର ଏକ ବାଙ୍କରେ ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଭୁଲ୍ ପାର୍ଶ୍ୱକୁ ଚାଲିଯାଇଥିଲେ ଏବଂ ସାମ୍ନା ପଟୁ ଆସୁଥିବା ଏକ ଲରି ସହ ପିଟି ହୋଇଥିଲେ।
Tags:




