ଲକ୍ଷ୍ନୌରେ ଭୂମିକମ୍ପ, ରିକ୍‌ଟର ସ୍କେଲ୍‌ରେ ୫.୨ ମାଗ୍ନିଚୁ୍ୟଡ ରେକର୍ଡ

ନୂଆଦିଲ୍ଲୀ: ଗତକାଲି ରାତିରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍‌ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୫.୨ ମାଗ୍ନିଚୁ୍ୟଟ୍‌ ରହିଥିଲା ବୋଲି ‘ଦି ନ୍ୟାସ୍‌ନାଲ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ ସୂଚନା ପ୍ରଦାନ କରିଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି ଏବଂ କୌଣସି ପ୍ରକାର ସମ୍ପତ୍ତି ନଷ୍ଟ ହୋଇନାହିଁ । Earthquake of Magnitude:5.2, Occurred on 20-08-2022, 01:12:47 IST, Lat: 28.07 & Long: 81.25, Depth: 82 Km […]

Samaya Live Picture
Published On

ନୂଆଦିଲ୍ଲୀ: ଗତକାଲି ରାତିରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍‌ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୫.୨ ମାଗ୍ନିଚୁ୍ୟଟ୍‌ ରହିଥିଲା ବୋଲି ‘ଦି ନ୍ୟାସ୍‌ନାଲ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ ସୂଚନା ପ୍ରଦାନ କରିଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି ଏବଂ କୌଣସି ପ୍ରକାର ସମ୍ପତ୍ତି ନଷ୍ଟ ହୋଇନାହିଁ ।

ସୂଚନା ଅନୁସାରେ, ରାତି ପ୍ରାୟ ୧ଟା ୧୨ ମିନିଟ୍‌ରେ ଲକ୍ଷ୍ନୌର ୧୩୯ କିଲୋମିଟର୍‌ ଉତ୍ତର-ଉତ୍ତରପୂର୍ବାଞ୍ଚଳରେ ସଂଘଠିତ ହୋଇଥିଲା । ଏ ନେଇ ଟୁଇଟ୍‌ କରି ଦି ନ୍ୟାସ୍‌ନାଲ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି କହିଛି ଯେ, ୨୦ ତାରିଖ ରାତି ୧.୧୨ରେ ଭାରତର ଉତ୍ତର ପ୍ରଦେଶ ଅନ୍ତର୍ଗତ ଲକ୍ଷ୍ନୌର ୧୩୯ କିଲୋମିଟର୍‌ ଉତ୍ତର-ଉତ୍ତରପୂର୍ବରେ ଭୂଗର୍ଭର ୮୨ କିଲୋମିଟର୍‌ ଗଭୀରରେ ୫.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି ।

ଏହାଛଡ଼ା, ଶୁକ୍ରବାର ଦିନ ୧୨.୫୫ରେ ଉତ୍ତରାଖଣ୍ଡର ପିଥୋରାଗଡ଼ ଅଞ୍ଚଳରେ ସଂଘଠିତ ୩.୬ ତୀବ୍ରତାର ଭୂମିକମ୍ପ ଯୋଗୁଁ ସେ ଅଞ୍ଚଳରେ ମୃଦୁ କମ୍ପନ ଅନୁଭୂତ ହୋଇଥିଲା ।