ତୀର୍ଥଯାତ୍ରୀ ବସରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୨ ଭାରତୀୟଙ୍କ ମୃତ୍ୟୁ

ତୀର୍ଥଯାତ୍ରୀ ବସରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୨ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ସାଉଦି ଆରବରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ । ବସରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୨ ଭାରତୀୟ ଶ୍ରଦ୍ଧାଳୁଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମଦିନା ନିକଟରେ ଏକ ତେଲ ଟ୍ୟାଙ୍କର ସହ ତୀର୍ଥଯାତ୍ରୀ ବସ ମୁହାଁମୁହିଁ ଧକ୍କା ହେବାରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି I ମୃତକଙ୍କ ମଧ୍ୟରେ ୨୦ ଜଣ ମହିଳାଙ୍କ ସମେତ ୧୧ ଜଣ ଶିଶୁ ରହିଛନ୍ତି I ସମସ୍ତ ମୃତକ  ହାଇଦ୍ରାବାଦର ସହରର ବାସିନ୍ଦା ବୋଲି ସୂଚନା ମିଳିଥିବା ବେଳେ ସରକାରୀ ଭାବେ ଏଯାବତ କିଛି ସ୍ପଷ୍ଟ କରାଯାଇନାହିଁ ।

Read More ସବୁଠାରୁ ପ୍ରଦୂଷିତ ସହର ଗାଜିଆବାଦ

ତେଲେଙ୍ଗାନା ସରକାର କହିଛନ୍ତି ଯେ ଏସମ୍ପର୍କରେ ରିୟାଦରେ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ ସ୍ଥାପନ କରାଯାଉଛି । ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀର ଅଧିକାରୀଙ୍କୁ ଅବଗତ କରାଇବା ସହ ସମସ୍ତ ବିବରଣୀ ଯାଞ୍ଚ କରିବା ପାଇଁ ଦୂତାବାସ କର୍ତ୍ତୃପକ୍ଷଙ୍କ ସହିତ ସମନ୍ୱୟରେ କାମ କରୁଛନ୍ତି ।

Read More କୁପୱାଡ଼ାରେ ଆତଙ୍କୀ ଆଡ଼ା ସ୍ଥଳ ଉପରେ ଚଢ଼ଉ : ରାଇଫଲ୍, ଗ୍ରେନେଡ୍ ଓ ଗୁଳି ଜବତ

Tags: