ତେହରି ହ୍ରଦରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୩୦ ପର୍ଯ୍ୟଟକ

ତେହରି ହ୍ରଦରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୩୦ ପର୍ଯ୍ୟଟକ
Samaya Live Desk Picture
Published On

ଡେରାଡୁନ : ମଧ୍ୟପ୍ରଦେଶର ଜବଲପୁରରେ ବରଗୀ ଡ୍ୟାମ୍‌ରେ ଡଙ୍ଗା ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ,ହୋଇଥିବାବେଳେ ଆଜି ପୁଣି ଉତ୍ତରାଖଣ୍ଡରର ତେହରିରେ ଏକ ହ୍ରଦରେ ଏପରି ଦୁର୍ଘଟଣା ସାମନାକୁ ଆସିଛି। ହ୍ରଦରେ ପର୍ଯ୍ୟଟକଙ୍କ ରହଣି ପାଇଁ ନିର୍ମିତ ଭାସମାନ ଘର ଶନିବାର ସନ୍ଧ୍ୟାରେ ଝଡ଼ବର୍ଷା ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ବର୍ଷା ପବନ ପରେ ଭାସମାନ ଘର ଦୁଇ ଭାଗରେ ବିଭକ୍ତ ହୋଇ ଭାସିବାକୁ ଲାଗିଥିଲା। ଫଳରେ ସେଥିରେ ଥିବା ୩୦ରୁ ଅଧିକ ପର୍ଯ୍ୟଟକ ଫସି ଯାଇଥିଲେ।  ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ହ୍ରଦରେ ପର୍ଯ୍ୟଟକଙ୍କ ପାଇଁ ନିର୍ମିତ ଏହି ଭାସମାନ ଘର  ଦୋହଲିବାକୁ ଲାଗିଥିଲା। ଘର ଗୁଡ଼ିକ ପୃଥକ୍‌ ଭାବେ ଭାସିବାକୁ ଆରମ୍ଭ କରିବାରୁ ପର୍ଯ୍ୟଟକମାନେ ଭୟଭୀତ ହୋଇଯାଇଥିଲେ। ଖବର ପାଇ ତୁରନ୍ତ ଏସଡିଆରଏଫ୍‌ ଟିମ୍‌ ସେଠାରେ ପହଞ୍ଚି ଉଦ୍ଧାର ଅପରେସନ୍‌ ଆରମ୍ଭ କରିଥିଲେ। ତେବେ ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଥିବା ଜଣାପଡ଼ିଛି।  

Tags: