ଆନ୍ଧ୍ର ପ୍ରଦେଶରେ ଟ୍ରକ୍‌କୁ ଧକ୍କା ଦେଇ ବସ୍‌ ଜଳିଗଲା, ୩ ମୃତ

ଆନ୍ଧ୍ର ପ୍ରଦେଶରେ ଟ୍ରକ୍‌କୁ ଧକ୍କା ଦେଇ ବସ୍‌ ଜଳିଗଲା, ୩ ମୃତ

ହାଇଦ୍ରାବାଦ:  ଆନ୍ଧ୍ର ପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଜି ଜଣଙ୍କର ମୃତ୍ୟୁ ହୋଇଯାଇଛି। ବୁଧବାର- ଗୁରୁବାର ରାତିରେ ଏକ ଘରୋଇ ବସ୍‌ ନିୟନ୍ତ୍ରଣ ହରାଇ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌କୁ ଧକ୍କା ଦେଇ ଜଳି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ବସ୍  ଟ୍ରକ୍‌ ସମ୍ପୂର୍ଣ୍ଣ ଜଳିଯାଇଥିଲା। ଗାଡ଼ି ବାହାରକୁ ଆସି ନପାରି ବସ୍‌ ଡ୍ରାଇଭର, ଟ୍ରକ୍‌ ଡ୍ରାଇଭର ଅନ୍ୟ ଜଣଙ୍କର  ପୋଡ଼ି ହୋଇ ମୃତ୍ୟୁ ହୋଇଛି। ବସ୍‌ରେ ଥିବା ୧୦ରୁ ଅଧିକ ଯାତ୍ରୀ ମଧ୍ୟ ଦୁର୍ଘଟଣାରେ ଆହତ ହୋଇଛନ୍ତି। ଦୁର୍ଘଟଣା ରାତି ୧ଟା ୩୦ ମିନିଟରୁ ୨ଟା ମଧ୍ୟରେ ହୋଇଥିଲା। ସୂଚନାନୁଯାୟୀ ଆନ୍ଧ୍ର ପ୍ରଦେଶର ନେଲ୍ଲୋରରୁ ୩୬ ଜଣ ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦ ଯାଉଥିବା ବସ୍‌ର ଟାୟାର ଫାଟିବା ଯୋଗୁ ଏହା ନିୟନ୍ତ୍ରଣ ହରାଇ ରାସ୍ତାର ଡିଭାଇଡର ଡେଇଁ ବିପରୀତ ଦିଗରୁ ଆସୁଥିବା ମୋଟର ସାଇକେଲ ବୋଝେଇ ଟ୍ରକ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣା ନନ୍ଦୟାଲ ଜିଲ୍ଲାର ଶିରିଭେଲ୍ଲା ମଣ୍ଡଳଠାରେ ଘଟିଥିଲା। ଦୁର୍ଘଟଣା ପରେ ବସ୍‌ରେ ନିଆଁ ଶୀଘ୍ର ବ୍ୟାପି ଯାଇଥିବାବେଳେ ମୁଖ୍ୟ ଦ୍ବାର ତଥା ଜରୁରୀକାଳୀନ ପ୍ରସ୍ଥାନ ପଥ ଖୋଲିବାରୁ ଯାତ୍ରୀ ବାହାରକୁ ଆସି ପାରିନଥିଲେ। ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଏକ ଗାଡ଼ିର ଡ୍ରାଇଭର ବସ୍‌ର ଝରକା ଭାଙ୍ଗିବା ପରେ ଯାତ୍ରୀମାନେ ବାହାରକୁ ଆସିପାରିଥିଲେ। ରାସ୍ତା ଉପରେ ଗାଡ଼ି ହୁତୁ ହୁତୁ ଜଳୁଥିବାରୁ ଅନେକ ସମୟ ପର୍ଯ୍ୟନ୍ତ ସେହି ରାସ୍ତା ଦେଇ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। 

ସମ୍ବନ୍ଧିତ ଖବର ରୁଷ୍‌-ୟୁକ୍ରେନ ଯୁଦ୍ଧ ଶେଷ ପାଇଁ ୟୁଏଇ‌ରେ ତ୍ରିପାକ୍ଷିକ ବୈଠକ

Tags: