ଓମାନ ଉପକୂଳରେ ଆମେରିକା ଆକ୍ରମଣ , ୩ ଭାରତୀୟଙ୍କ ମୃତ୍ୟୁ

ଓମାନ ଉପକୂଳରେ ଆମେରିକା ଆକ୍ରମଣ , ୩ ଭାରତୀୟଙ୍କ ମୃତ୍ୟୁ
Samaya Live Desk Picture
Published On

ନୂଆଦିଲ୍ଲୀ :  ଓମାନ ଉପକୂଳରେ ଏକ ଜାହାଜ ଉପରେ ଆମେରିକାର ଆକ୍ରମଣରେ ତିନି ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ତିନି ନାବିକଙ୍କ ମୃତ୍ୟୁ ହୋଇଥିବା ଖବର ସ୍ପଷ୍ଟ କରିଛନ୍ତି। ଜୁନ୍‌ ୯ ତାରିଖରେ ‘ସେଟ୍ଟେବେଲ୍ଲୋ’ ଉପରେ ଆକ୍ରମଣ ହୋଇଥିବା ଖବରକୁ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସ୍ବୀକାର କରିଛି। ଅନ୍ୟପକ୍ଷେ ଓମାନ ଉପକୂଳରେ ଗୁରୁବାର ଆଉ ଏକ ଭାରତୀୟ ଜାହାଜ ଉପରେ ଆକ୍ରମଣ ହୋଇଛି। ଗତ ୩ ଦିନ ମଧ୍ୟରେ ଭାରତୀୟ ଜାହାଜ ଉପରେ ଆକ୍ରମଣର ଏହା ତୃତୀୟ ଘଟଣା।  ଶେଷ ଦୁଇଟି ଜାହାଜ ଆକ୍ରମଣ ଘଟଣାରେ ଆମେରିକାର ସମ୍ପୃକ୍ତି ଥିବ‌ା ଜଣାପଡ଼ିଛି। ‘ସିମେନ୍ସ ୟୁନିୟନ ଅଫ୍‌ ଇଣ୍ଡିଆ’ ସୂତ୍ରରୁ ପ୍ରକାଶ ଓମାନ ଉପକୂଳରେ ଭାରତୀୟ ବାଣିଜ୍ୟିକ ଜାହାଜ ‘ସେଟ୍ଟେବେଲ୍ଲୋ’ ଉପରେ ବୁଧବାର ହୋଇଥିବା ଆକ୍ରମଣରେ ୩ ଜଣ ଭାରତୀୟ ନିଖୋଜ ହୋଇଯାଇଥିଲେ। ଆକ୍ରମଣ ସମୟରେ ଜାହାଜରେ ୨୪ ଜଣ ଭାରତୀୟ ନାଗରିକ ଥିଲେ। ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ୩ ଜଣଙ୍କର କୌଣସି ପତ୍ତା ମିଳୁନଥିଲା। ଭାରତୀୟ ଜାହାଜ ଉପରେ ଲଗାତାର ଟାର୍ଗେଟ୍‌ ଆକ୍ରମଣକୁ ଭାରତ ତୀବ୍ର ବିରୋଧ କରିଥିଲା। ଆମେରିକୀୟ ବାହିନୀ ଦ୍ବାରା ‘ସେଟ୍ଟେବେଲ୍ଲୋ’ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିବା ପରେ ଭାରତ ଏହାର ତୀବ୍ର ବିରୋଧ କରି ବିଦେଶ ବ୍ୟାପାର ମନ୍ତ୍ରଣାଳୟ ଆମେରିକା ରାଷ୍ଟ୍ରଦୂତ ଜାସନ ମିକ୍ସଙ୍କୁ ସମନ କରି କଡ଼ା ଆପତ୍ତି ପ୍ରକାଶ କରିଛି।

 

Tags: