ଗୁଜରାଟରେ ୩.୪ ତୀବ୍ରତାର ଭୂମିକମ୍ପ

ଗୁଜରାଟରେ ୩.୪ ତୀବ୍ରତାର ଭୂମିକମ୍ପ
Samaya Live Desk Picture
Published On

ଅହମଦାବାଦ:  ଗୁଜରାଟର ନବସାରୀ ଜିଲ୍ଲାରେ ଗୁରୁବାର ସକାଳେ ୩.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ଭୂମିକମ୍ପ ଗବେଷଣା ପ୍ରତିଷ୍ଠାନ (ଆଇଏସ୍‌ଆର୍‌) ପକ୍ଷରୁ କୁହାଯାଇଛି। ସକାଳ ୫ଟା ୨୭ ମିନିଟରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିବାବେଳେ ଏହାର କେନ୍ଦ୍ର ଭାନ୍ସଡାର ପୂର୍ବ ଦକ୍ଷିଣପୂର୍ବରେ ୨୨ କିମି ଦୂରରେ ରହିଥିଲା। ତେବେ ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇନାହାନ୍ତି। ଗୁଜରାଟ ଭୂମିକମ୍ପ ପ୍ରବଣ ଅଞ୍ଚଳ ହୋଇଥିବାବେଳେ ଗତ ୨୦୦ ବର୍ଷରେ ୯ ଥର ବଡ଼ଧରଣର ଭୂମିକମ୍ପ ଆସିଛି। ୨୦୦୧ରେ କଚ୍ଚରେ ବଡ଼ଧରଣର ଭୂମିକମ୍ପ ଆସି ଅନେକ ଲୋକ ମୃତାହତ ହୋଇଥିଲେ। କଚ୍ଚର ଭାଚ୍ଚାଉରେ ଜାନୁଆରୀ ୨୬ରେ ଆସିଥିବା ୬.୯ ତୀବ୍ରତାର ଏହି ଭୂମିକମ୍ପ ଦେଶର ତୃତୀୟ ବୃହତ୍‌ ତଥା ଦ୍ବିତୀୟ ବିଧ୍ବଂସକାରୀ ଥିଲା। ୧୩,୮୦୦ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧ ଲକ୍ଷ ୬୭ ହଜାର ଲୋକ ଆହତ ହୋଇଥିଲେ।

Tags: