ମାସକରେ ପାକିସ୍ତାନ, ଇରାନ ଓ ତୁର୍କୀରୁ ପ୍ରତ୍ୟର୍ପିତ ହେଲେଣି ୨୮୪,୦୦୦ ଆଫଗାନ ନାଗରିକ

ମାସକରେ ପାକିସ୍ତାନ, ଇରାନ ଓ ତୁର୍କୀରୁ ପ୍ରତ୍ୟର୍ପିତ ହେଲେଣି ୨୮୪,୦୦୦ ଆଫଗାନ ନାଗରିକ
Samaya Live Desk Picture
Published On

କାବୁଲ: ମାସକରେ ପାକିସ୍ତାନ, ଇରାନ ଓ ତୁର୍କୀରୁ ୨୮୪,୦୦୦ ଆଫଗାନ ନାଗରିକ ପ୍ରତ୍ୟର୍ପିତ ହୋଇଛନ୍ତି। ଏପରି ଦ୍ରୁତ ପ୍ରତ୍ୟର୍ପଣକୁ ନେଇ ଆନ୍ତର୍ଜାତିକ ସଙ୍ଗଠନଗୁଡ଼ିକ ଚିନ୍ତାପ୍ରକଟ କରିଛନ୍ତି। ଆଫଗାନିସ୍ତାନକୁ ଆର୍ନ୍ତଜାତିକ ସହାୟତା ହ୍ରାସ ପାଉଥିବା ବେଳେ ନିକଟରେ ଦେଖାଯାଇଥିବା ଏହି ଧାରା ଆଫଗାନ ପ୍ରବାସୀଙ୍କ ଉପରେ ଚାପ ସୃଷ୍ଟି କରିବ ବୋଲି ଆଫଗାନିସ୍ତାନରେ ଅବସ୍ଥାପିତ ୟୁଏନ୍‌ଏଚ୍‌ସିଆର୍‌ ପ୍ରତିନିଧି ସତର୍କ କରାଇଛନ୍ତି। ଇରାନ ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ୧.୫ ନିୟୁତ ଆଫଗାନ ନାଗରିକଙ୍କୁ ସ୍ବଦେଶ ଫେରାଇ ଦିଆଯାଇଛି। ଇରାନରେ ବର୍ତ୍ତମାନ ପାଖାପାଖି ୬ ନିୟୁତ ବିଦେଶୀ ନାଗରିକ ରହୁଛନ୍ତି। ୧.୫ ନିୟୁତ ଆଫଗାନୀ ନାଗରିକଙ୍କ ମଧ୍ୟରୁ ୭୦ ପ୍ରତିଶତରୁ ଅଧିକ ସ୍ବେଚ୍ଛାକୃତ ଭାବେ ସ୍ବଦେଶ ଫେରିଥିବା ଇରାନ ମନ୍ତ୍ରୀ ଇସ୍କନ୍ଦର ମୋମେନି କହିଛନ୍ତି। କିନ୍ତୁ ଇରାନ ଓ ପାକିସ୍ତାନରୁ ଫେରିଥିବା ଆଫଗାନ ପ୍ରବାସୀ ଦୁଇ ଦେଶର ପ୍ରତିକୂଳ ପରିବେଶ ଓ କଡ଼ା ନିୟମକାନୁନ ସେମାନଙ୍କୁ ସ୍ବଦେଶ ଫେରିବାକୁ ବାଧ୍ୟ କରିଛି ବୋଲି କହିଛନ୍ତି। ନିକଟରେ ପାକିସ୍ତାନ ଏହାର କାରାଗାରରୁ ୨୦୦୦ରୁ ଅଧିକ ଆଫଗାନ ପ୍ରବାସୀଙ୍କୁ ମୁକ୍ତ କରିଥିଲା।  

Tags: