ଲେବାନନରେ ଇସ୍ରାଏଲ ଆାକ୍ରମଣରେ ୨୫୪ ମୃତ

ଲେବାନନରେ ଇସ୍ରାଏଲ ଆାକ୍ରମଣରେ ୨୫୪ ମୃତ
Samaya Live Desk Picture
Published On

ବେରୁତ: ଇରାନ ଏବଂ  ଆମେରିକା ମଧ୍ୟରେ ଯୁଦ୍ଧବିରତି ହୋଇଥିବା ସତ୍ତ୍ବେ ଇସ୍ରାଏଲ ଲେବାନନରେ ଏହାର ଆକ୍ରମଣ ଜାରି ରଖିଛି। ଇସ୍ରାଏଲ ଦକ୍ଷିଣ ଲେବାନନ୍‌ର ବେରୁତ, ଏହାର ଉପକଣ୍ଠ, ଦେଶର ଦକ୍ଷିଣ ଏବଂ ପୂର୍ବ ବେକା ଉପତ୍ୟକାରେ ପ୍ରଚଣ୍ଡ ବିମାନ ଆକ୍ରମଣ କରିବା ଫଳରେ ୨୫୪  ଜଣଙ୍କ ମୃତ୍ୟୁ ହୋଇଛି ଏବଂ  ୧୧୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆକ୍ରମଣ ପରେ ଭଗ୍ନାବଶେଷରୁ ଆହୁରି ଅଧିକ ପୀଡିତଙ୍କୁ ଉଦ୍ଧାର କରାଯିବା ସହିତ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଉଲ୍ଲେଖଯୋଗ୍ୟ ଯେ ଆମେରିକା ଏବଂ ଇରାନ ମଧ୍ୟରେ ପାକିସ୍ତାନ ମଧ୍ୟସ୍ଥତାରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର କିଛି ଘଣ୍ଟା ପରେ ଏହି ଆକ୍ରମଣ କରାଯାଇଥିଲା। ଦୁଇ ସପ୍ତାହର ଯୁଦ୍ଧବିରତିରେ ଲେବାନନର ସ୍ଥାନ ବିଷୟରେ ପ୍ରାରମ୍ଭିକ ଦ୍ୱନ୍ଦ୍ୱ ଥିଲା, ପାକିସ୍ତାନ ଏବଂ ଇରାନ ଏହାକୁ ଚୁକ୍ତିର ଏକ ଅଂଶ ବୋଲି ଜିଦ୍‌ ଧରିଥିବା ସତ୍ତ୍ବେ ଇସ୍ରାଏଲ ଲେବାନନ୍‌ରେ ଆକ୍ରମଣ ଜାରି ରଖିଛି।  

Tags: