ବଲୁଚିସ୍ତାନ ରେଳ ଧାରଣାରେ ବିସ୍ଫୋରଣ: ୨୪ ମୃତ

ବଲୁଚିସ୍ତାନ ରେଳ ଧାରଣାରେ ବିସ୍ଫୋରଣ: ୨୪ ମୃତ
Samaya Live Desk Picture
Published On

କ୍ବେଟା: ପାକିସ୍ତାନର ଅଶାନ୍ତ ଦକ୍ଷିଣ-ପଶ୍ଚିମ ପ୍ରଦେଶ ବଲୁଚିସ୍ତାନରେ ସାମରିକ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ଟ୍ରେନକୁ ଟାର୍ଗେଟ୍ କରି ରବିବାର ହୋଇଥିବା ବିସ୍ଫୋରଣରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ ଏକ ଟ୍ରେନ୍ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେହି ଅଞ୍ଚଳରେ ପାର୍କିଂ ହୋଇଥିବା ୧୦ଟି ଗାଡ଼ି ମଧ୍ୟ ଜଳିଯାଇଛି ବୋଲି ପୁଲିସ କହିଛି। ବିସ୍ଫୋରଣର ପ୍ରଭାବରେ ନିକଟସ୍ଥ କୋଠାଗୁଡ଼ିକର ଝରକା ଓ କାଚ ପ୍ୟାନେଲ୍ ଭାଙ୍ଗି ଯାଇଥିଲା`

ରବିବାର କ୍ୱେଟାର ଚମନ ଫାଟକ ରେଳ ଷ୍ଟେସନ ନିକଟରେ ଏହି ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଅନ୍ୟୂନ ୨୦ ଜଣ ଆହତ ହୋଇଥିବା ଉଦ୍ଧାରକାରୀ ଅଧିକାରୀ କହିଛନ୍ତି। ଏହି ଘଟଣା ପରେ କ୍ୱେଟାର ସରକାରୀ ଡାକ୍ତରଖାନାରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ବିସ୍ଫୋରଣ ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପେଶାୱାର ଅଭିମୁଖେ ଯାଉଥିବା ଜାଫର ଏକ୍ସପ୍ରେସକୁ କ୍ୱେଟା ରେଳ ଷ୍ଟେସନରେ ଅଟକାଯାଇଥିଲା। ଗୃହମନ୍ତ୍ରୀଙ୍କ ମୁଖପାତ୍ର ବାବର ୟୁସୁଫଜାଇ କହିଛନ୍ତି ଯେ ସହରରେ ବିସ୍ଫୋରଣ ପରେ ସମସ୍ତ ସମ୍ପୃକ୍ତ ଅନୁଷ୍ଠାନକୁ ହାଇ ଆଲର୍ଟରେ ରଖାଯାଇଛି।ଉକ୍ତ ଆକ୍ରମଣ ପାଇଁ ବଲୋଚ୍ ଲିବରେସନ୍ ଆର୍ମି (ବିଏଲ୍‌ଏ) ନିଜକୁ ଦାୟୀ କରିଛି।

Tags: