ପଦ୍ମା ନଦୀକୁ ବସ ଖସି ୨୩ ଯାତ୍ରୀଙ୍କ ମୃତ୍ୟୁ

ପଦ୍ମା ନଦୀକୁ ବସ ଖସି ୨୩ ଯାତ୍ରୀଙ୍କ ମୃତ୍ୟୁ
Samaya Live News Picture
Published On

ବାଂଲାଦେଶ : ବାଂଲାଦେଶରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା। ରାଜବାରି ନିକଟରେ ପଦ୍ମା ନଦୀକୁ ବସ୍ ଖସି ପଡ଼ିବାରୁ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଯାତ୍ରୀ ନିଖୋଜ ଅଛନ୍ତି । ଗତ ରାତିରେ ଏହି ଦୁର୍ଘଟଣା ଘଟିଥିବାରୁ ଉଦ୍ଧରକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। କିଛି ଯାତ୍ରୀ ନିଖୋଜ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ନୌସେନା, ପୋଲିସ ଓ ଅନ୍ୟ ବାହିନୀ ମୁତୟନ ହୋଇ ଉଦ୍ଧାର କରିଥିଲେ। 

ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟା ୮ଟା ସମୟରେ ୪୦ ରୁ ୫୦ ଯାତ୍ରୀଙ୍କୁ ନେଇ ରାଜବୀରରୁ ଢାକା ଅଭିମୁଖେ ବସଟି ଯାଉଥିଲା । ତେବେ ଢାକ୍କା ଠାରୁ ୧୨୮ କିମି ଦୂରରେ ଦୌଲତଦିଆ ଫେରି ଟର୍ମିନାଲ ନମ୍ବର ୩ ସମ୍ମୁଖରେ ବସଟି ନିୟନ୍ତ୍ରଣ ହରାଇ ପୋଲ ଉପରୁ ନଦୀକୁ ଖସି ପଡିଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏପର୍ଯ୍ୟନ୍ତ ୨୩ ଜଣଙ୍କ ମୃତଦେହକୁ ଉଦ୍ଧାର କରିଛି । ଏବେ ସୁଦ୍ଧା ଆହୁରି କିଛି ଲୋକ ମଧ୍ୟ ନିଖୋଜ ରହିଛନ୍ତି । ଅଧିକ ରାତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଥିଲା ଏବଂ ଆଜି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ପୋଲିସ ସୂଚନା ଦେଇଛନ୍ତି । 

 

Tags: