ସୁଖୋଇ ବିମାନ ଦୁର୍ଘଟଣାରେ ୨ ପାଇଲଟଙ୍କ ମୃତ୍ୟୁ

ସୁଖୋଇ ବିମାନ ଦୁର୍ଘଟଣାରେ ୨ ପାଇଲଟଙ୍କ ମୃତ୍ୟୁ
Samaya Live News Picture
Published On

ନୂଆଦିଲ୍ଲୀ : ଆସାମରେ ବାୟୁସେନାର ସୁଖୋଇ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ । ଗୁରୁବାର ରାତିରେ ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଭାରତୀୟ ବାୟୁସେନା ସୁଖୋଇ Su-30MKI ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଉଭୟ ପାଇଲଟଙ୍କ ମୃତ୍ୟୁ ହୋଇଛି। ଏହି ବିମାନଟି ଯୋରହାଟ ଏୟାରବେସରୁ ଏକ ପ୍ରଶିକ୍ଷଣ ଉଡ଼ାଣ ପାଇଁ ବାହାରିଥିଲା । ମାତ୍ର ସନ୍ଧ୍ୟା ପ୍ରାୟ ୭:୪୨ ସମୟରେ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଯୋରହାଟରୁ ପ୍ରାୟ ୬୦ କିମି ଦୂର ଚୋକିହୋଲା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ପାହାଡ଼ିଆ ତଥା ଜଙ୍ଗଲିଆ ଅଞ୍ଚଳରେ ବିମାନଟି ଖସିପଡ଼ିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଏକ ବଡ଼ ଧରଣର ବିସ୍ଫୋରଣ ଏବଂ ପ୍ରବଳ କଳା ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଭାରତୀୟ ବାୟୁ ସେନା କହିଛି, Su-30 ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ସ୍କ୍ୱାଡ୍ରନ୍ ଲିଡର ଅନୁଜ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଦୁର୍ଗାକରଙ୍କ ପରିବାର ପ୍ରତି IAF ଗଭୀର ସମବେଦନା ପ୍ରକାଶ କରୁଛି। ଏହି ଦୁଃଖର ମୁହୂର୍ତ୍ତରେ ସମସ୍ତ IAF କର୍ମଚାରୀ ଗଭୀର ସମବେଦନା ପ୍ରକାଶ କରୁଛନ୍ତି ଏବଂ ଶୋକସନ୍ତପ୍ତ ପରିବାର ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି।

Su-30MKI ହେଉଛି ରୁଷିଆନ ବିମାନ ନିର୍ମାତା ସୁଖୋଇ ଦ୍ୱାରା ନିର୍ମିତ ଏକ ଦୁଇ ଆସନ ବିଶିଷ୍ଟ ଯୁଦ୍ଧ ବିମାନ। ଏହି ଯୁଦ୍ଧ ବିମାନ ନିଖୋଜ ହେବା ମାତ୍ରେ IAF ଏକ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲା। ବାୟୁସେନା ବିଳମ୍ବିତ ରାତିରେ ସୁଖୋଇ ଯୁଦ୍ଧ ବିମାନ ଖୋଜିବାର ସୂଚନା ଦେଇଥିଲା। କିନ୍ତୁ ବିମାନଟି ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇସାରିଥିଲା । ବର୍ତ୍ତମାନ ସୁଦ୍ଧା ବିମାନର ଭଙ୍ଗା ଅଂଶ ମିଳିସାରିଛି । କିନ୍ତୁ ପାଇଲଟ୍ ଙ୍କର କୌଣସି ପତ୍ତା ମିଳିନାହିଁ । ବାୟୁସେନା ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି ।

Tags: