ଦିଲ୍ଲୀରେ ଭୁଶୁଡ଼ିଲା ୩ ମହଲା କୋଠା, ୨ ମୃତ

ଦିଲ୍ଲୀରେ ଭୁଶୁଡ଼ିଲା ୩ ମହଲା କୋଠା, ୨ ମୃତ

ଦିଲ୍ଲୀରେ ଭୁଶୁଡ଼ିଲା ୩ ମହଲା କୋଠା, ୨ ମୃତ
Samaya Live Desk Picture
Published On

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଏକ ବଡ଼ ଅଘଟଣ ଘଟିଯାଇଛି। ଏକ ନିର୍ମାଣାଧୀନ ତିନି ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୬ ଜଣ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଗୁରୁବାର ସକାଳେ ଚାନ୍ଦନୀ ଚୌକ୍‌ର ଚାୱଡ଼ି ବଜାର ମେଟ୍ରୋ ଷ୍ଟେସନ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗର ୬ଟି ଟିମ୍‌ ନିୟୋଜିତ ହୋଇଛନ୍ତି। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ଦିଲ୍ଲୀ ଅଗ୍ନିଶମ ବିଭାଗକୁ ସକାଳ ପ୍ରାୟ ୯ଟା ୫୦ରେ ପାଇୱାଲାନ୍‌ ଅଞ୍ଚଳରୁ କୋଠା ଭୁଶୁଡ଼ିବା ନେଇ ସୂଚନା ମିଳିଥିଲା। ପ୍ରାଥମିକ ଭାବେ ୫ଟି ଗାଡ଼ି ପଠାଯାଇଥିବା ବେଳେ ପରେ ଆଉ ଏକ ଗାଡ଼ି ନିୟୋଜିତ କରାଯାଇଥିଲା। ଭଗ୍ନାବଶେଷ ତଳେ ଶ୍ରମିକ ଫସିଥିବା ଆଶଙ୍କାରେ ଜୋରଦାର ଉଦ୍ଧାର କାର୍ଯ୍ୟ ଚାଲିଛି। ପ୍ରତ୍ୟକ୍ଷଦର୍ଶୀ ମହମ୍ମଦ ନଇମ୍‌ଙ୍କ କହିବା ଅନୁଯାୟୀ, ସକାଳ ପ୍ରାୟ ୯ଟାରୁ ୯ଟା ୩୦ ମଧ୍ୟରେ ହଠାତ୍‌ ଜୋର୍‌ରେ ଶବ୍ଦ ହୋଇ କୋଠାଟି ଭୁଶୁଡ଼ି ପଡ଼ିଥିଲା। ଏହି ଘଟଣାକୁ ନେଇ ଆପ୍‌ ନେତା ସୌରଭ ଭରଦ୍ୱାଜ ଦିଲ୍ଲୀ ସରକାର ଓ ଏମ୍‌ସିଡିର ବିଲ୍ଡିଂ ସୁରକ୍ଷା ଯାଞ୍ଚକୁ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୬ରେ ଦିଲ୍ଲୀର ସତ୍ୟ ନିକେତନରେ ଏକ ୫ ମହଲା କୋଠା ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଲଗାତାର ଏଭଳି ଦୁର୍ଘଟଣା ଦିଲ୍ଲୀର କୋଠା ନିର୍ମାଣ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି।

Tags: