ସୁଖୋଇ ବିମାନ ଦୁଘର୍ଟଣାଗ୍ରସ୍ତ, ୨ ବାୟୁସେନା ପାଇଲଟ ମୃତ

ସୁଖୋଇ ବିମାନ ଦୁଘର୍ଟଣାଗ୍ରସ୍ତ, ୨ ବାୟୁସେନା ପାଇଲଟ ମୃତ
Samaya Live Desk Picture
Published On

ନୂଆଦିଲ୍ଲୀ:  ଭାରତୀୟ ବାୟୁସେନାର ଏକ ସୁଖୋଇ ଏସ୍‌ୟୁ-୩୦ ଏମ୍‌କେଆଇ ଯୁଦ୍ଧ ବିମାନ ଗୁରୁବାର ରାତିରେ ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଏଥିରେ ଥିବା ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି। ମୃତ ପାଇଲଟ ହେଲେ ସ୍କ୍ବାର୍ଡନ ଲିଡର ଅନୁଜ ଓ ଫ୍ଲାଇଟ ଲେଫ୍ଟନାଣ୍ଟ ପୂର୍ବେଶ ଦୁରଗକର୍‌। ବାୟୁସେନା ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିବାବେଳେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ପ୍ରକାଶ କରାଯାଇଛି। ବିମାନଟି ରୁଟିନ୍‌ ପ୍ରଶିକ୍ଷଣରେ ଥିବାବେଳେ ଗୁରୁବାର ସନ୍ଧ୍ୟାରେ ଜୋରହାଟ୍‌ରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ରାଡାର ସହିତ ଏହାର ସମ୍ପର୍କ ଛିନ୍ନ ହୋଇଥିଲା।  

ସୂଚନାଯୋଗ୍ୟ, ବିମାନଟି ଗୁରୁବାର ଆସାମର ଜୋରହାଟରୁ ଉଡ଼ାଣ ଆରମ୍ଭ କରିଥିଲା ଏବଂ ସନ୍ଧ୍ୟା ୭.୪୨ରେ ବିମାନଟି ରାଡାର୍‌ ସଂପର୍କରୁ ବିଚ୍ଛିନ୍ନ ହୋଇଥିଲା ବୋଲି ଭାରତୀୟ ବାୟୁସେନା ଏକ୍ସରେ ଏକ ପୋଷ୍ଟ୍‌ କରି ସୂଚନା ଦେଇଥିଲା। ଜଣେ ଫାଇଟର ପାଇଲଟ ନିଖୋଜ ଥିବା ଏବଂ ବିମାନଟିକୁ ଖୋଜିବାପାଇଁ ବାୟୁସେନା ଟିମ୍‌ ମୁତୟନ ହୋଇଥିବା କୁହାଯାଇଥିଲା। ଏହି ଖବର ପରେ ବାୟୁସେନା ପକ୍ଷରୁ ତୁରନ୍ତ ଏକ ବ୍ୟାପକ ତଲାସୀ ଓ ଉଦ୍ଧାର ଅପରେସନ୍ ଆରମ୍ଭ କରିଥିଲା।

Tags: