ମୁମ୍ବାଇର ଏକ ବିଦ୍ୟାଳୟରେ ୧୬ ଛାତ୍ର କରୋନା ପଜିଟିଭ୍
ମୁମ୍ବାଇ: ଡିସେମ୍ବର ୧୮: ମୁମ୍ବାଇର ଘାନସୋଲିସ୍ଥିତ ଏକ ବିଦ୍ୟାଳୟରେ ମାସ୍ ସ୍ୱାବ ଟେଷ୍ଟରୁ ୧୬ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଛାତ୍ର ୮ମ ଶ୍ରେଣୀରୁ ୧୧ଦଶ ଶ୍ରେଣୀ ମଧ୍ୟରେ ପଢ଼ୁଛନ୍ତି । ୧୮ ଡିସେମ୍ବରରେ ବିଦ୍ୟାଳୟରେ ୬୦୦ ପିଲାଙ୍କ ମାସ୍ ଟେଷ୍ଟ କର୍ଯ୍ୟକ୍ରମ ହୋଇଛି । ଏଥିରେ ଏହି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ପଜିଟିଭ୍ ଚିହ୍ନଟ ହୋଇଥିବା ଛାତ୍ରଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ […]
ମୁମ୍ବାଇ: ଡିସେମ୍ବର ୧୮: ମୁମ୍ବାଇର ଘାନସୋଲିସ୍ଥିତ ଏକ ବିଦ୍ୟାଳୟରେ ମାସ୍ ସ୍ୱାବ ଟେଷ୍ଟରୁ ୧୬ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଛାତ୍ର ୮ମ ଶ୍ରେଣୀରୁ ୧୧ଦଶ ଶ୍ରେଣୀ ମଧ୍ୟରେ ପଢ଼ୁଛନ୍ତି । ୧୮ ଡିସେମ୍ବରରେ ବିଦ୍ୟାଳୟରେ ୬୦୦ ପିଲାଙ୍କ ମାସ୍ ଟେଷ୍ଟ କର୍ଯ୍ୟକ୍ରମ ହୋଇଛି । ଏଥିରେ ଏହି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ପଜିଟିଭ୍ ଚିହ୍ନଟ ହୋଇଥିବା ଛାତ୍ରଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ପିତା କିଛି ଦିନ ତଳେ କତରରୁ ଆସିଥିଲେ । ବିଦେଶରୁ ଆସିଥିବା କାରଣରୁ ସେ କରୋନା ଟେଷ୍ଟ କରିବା ସହିତ ନିଜ ପରିବାରଙ୍କ ଟେଷ୍ଟ କରାଇଥିଲେ । ହେଲେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ବେଳେ ପୁଅର ପିଜିଟିଭ୍ ଆସିଥିଲା । ଏହାପରେ ପଜିଟିଭ୍ ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରମାନଙ୍କର କରୋନା ଟେଷ୍ଟ ହୋଇଥିଲା । ସେମାନଙ୍କ ମଧ୍ୟରୁ୧୬ ଜଣ ଛାତ୍ର ଚିହ୍ନଟ ହୋଇଛନ୍ତି ।
ଡିସେମ୍ବର ୧୫ରେ ଥାଣେ ଏବଂ ମୁମ୍ବାଇର ବିଦ୍ୟାଳୟମାନ ଖୋଲିଥିଲା । ବିଦ୍ୟାଳୟ ଖୋଲିବାର ଦ୍ୱିତୀୟ ଦିନରେ ପିଲାମାନେ କରୋନା ସଂକ୍ରମିତ ହେବାରୁ ପ୍ରଶାସନର ଚିନ୍ତା ବଢ଼ିଯାଇଛି ।




