ୟୁକ୍ରେନ୍ ରେଳ ଷ୍ଟେସନ୍ରେ ରୁଷର ଡ୍ରୋନ୍ ଆକ୍ରମଣ, ୧୩ ମୃତ
କିବ୍ : ୟୁକ୍ରେନ୍ର ମଧ୍ୟଭାଗରେ ଥିବା ଏକ ରେଳ ଷ୍ଟେସନ୍ରେ ଗୁରୁବାର ରୁଷ୍ର ଜେଟ୍ ଇଞ୍ଜିନ୍ଚାଳିତ ଡ୍ରୋନ୍ ଦୁଇଟି ଟ୍ରେନ୍କୁ ଧକ୍କା ଦେବାରୁ ଅତି କମ୍ରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସ୍କି ଏହି ଘଟଣାକୁ ଏକ ଭୟାବହ ଆକ୍ରମଣ ବୋଲି କହିଛନ୍ତି। ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ସେ କହିଛନ୍ତି ଯେ ନିପ୍ରୋ ସହରରେ ଯାତ୍ରୀବାହୀ ଟ୍ରେନ୍ଗୁଡ଼ିକ ଏହି ଆକ୍ରମଣର ଶିକାର ହୋଇଛି। ଜେଲେନସ୍କି ତାଙ୍କ ପୋଷ୍ଟ୍ରେ କହିଛନ୍ତି, ନିପ୍ରୋର ଏକ ରେଳ ଷ୍ଟେସନ୍ରେ ରୁଷ୍ ଭୟାବହ ଆକ୍ରମଣ କରିଛି। ରୁଷୀୟ ସେନା ଏକ ପ୍ଲାଟଫର୍ମକୁ ଲକ୍ଷ୍ୟ କରି ଡ୍ରୋନ୍ ଆକ୍ରମଣ କରିଥିଲା, ଯେଉଁଠାରେ ଏକ ସାଧାରଣ ଯାତ୍ରୀବାହୀ ଟ୍ରେନ୍ ଏବଂ ଏକ ନିର୍ଦ୍ଧାରିତ ସମୟରେ ଚାଲୁଥିବା ଯାତ୍ରୀବାହୀ ଟ୍ରେନ୍ ଠିଆ ହୋଇଥିଲା। ଦୁଃଖର ବିଷୟ, ଏପର୍ଯ୍ୟନ୍ତ ୧୩ ଜଣଙ୍କ ମୃତ୍ୟୁ ସୁନିଶ୍ଚିତ ହୋଇଛି। ମୃତକଙ୍କ ପରିବାର ଓ ଆତ୍ମୀୟସ୍ୱଜନଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି। ଆଉ ୧୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆବଶ୍ୟକ ଜରୁରୀକାଳୀନ ସେବା ସଂସ୍ଥା ଘଟଣାସ୍ଥଳରେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।
Tags:




