ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ପରଠାରୁ ଉପସାଗରୀୟ ରାଷ୍ଟ୍ରରେ ୧୩ ଭାରତୀୟ ମୃତ, ୩ ନିଖୋଜ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ପରଠାରୁ ଉପସାଗରୀୟ ରାଷ୍ଟ୍ରରେ ୧୩ ଭାରତୀୟ ମୃତ, ୩ ନିଖୋଜ
Samaya Live Desk Picture
Published On

ନୂଆଦିଲ୍ଲୀ: ଫେବ୍ରୁଆରି ୨୮ ତାରିଖରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏଯାବତ ୧୩ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଛି ଏବଂ ୩ ଜଣ ଏଯାବତ ନିଖୋଜ ଅଛନ୍ତି। ଅପରେସନ୍‌ ଏପିକ୍‌ ଫ୍ୟୁରି ଅଧୀନରେ ଆମେରିକା ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଇରାନ ମଧ୍ୟ ଏହାର ପାଲଟା ଜବାବ ଦେଇ ସଙ୍କଟକୁ ଅଧିକ ବଢ଼ାଇ ଦେଲା। ଯୁଦ୍ଧ ଉତ୍ତେଜନା ବୃଦ୍ଧି ପାଇବା ସହ କୂଟନୈତିକ ଭାବେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହର୍ମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହୋଇଛି ଏବଂ ଅନେକ ନାବିକ ମଧ୍ୟ ପ୍ରାଣ ହରାଇଛନ୍ତି। ଭାରତ ଆଜି ମଧ୍ୟପ୍ରାଚ୍ୟ ସ୍ଥିତି ସଂକ୍ରାନ୍ତରେ ସଦ୍ୟ ସୂଚନା ପ୍ରଦାନ କରିଛି। ମଧ୍ୟପ୍ରାଚ୍ୟ ସ୍ଥିତିକୁ ଭାରତ ଅତି ଭଲଭାବେ ସମୀକ୍ଷା କରୁଥିବା କହିଛି। ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୈସ୍ବାଲ କହିଛନ୍ତି, ନିକଟରେ ୨ଟି ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଭାରତ ଗଭୀର ଚିନ୍ତା ପ୍ରକଟ କରିଛି। ଏଥିରେ ଜଣେ ଭାରତୀୟ ନାବିକଙ୍କର ମୃତ୍ୟୁ ହୋଇଥିଲା ବୋଲି ଜୟସ୍ବାଲ କହିଛନ୍ତି।

Tags: