ବିହାରରେ ସଡ଼କ ଦୁର୍ଘଟଣାରେ ୧୩ ମୃତ, ୩୦ ଆହତ
ପାଟନା: ବିହାରର କଟିହାରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦ ଜଣ ଆହତ ହୋଇଛନ୍ତି। କଟିହାର ଏସ୍ପି ଶିକର ଚୌଧୁରୀ ଦେଇଥିବା କଟିହାର ଜିଲ୍ଲାର କୋରହ ଥାନା ଅଧୀନସ୍ଥ ଗେଡ଼ାବାଡ଼ିର ଜାତୀୟ ରାଜପଥ ୩୧ରେ ଆଜି ଏକ ପିକଅପ୍ ଭ୍ୟାନ୍ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣାରେ ଆହତ ହୋଇଥିବା ପ୍ରାୟ ୩୦ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସୂଚନାନୁଯାୟୀ ସମସ୍ତ ସଦସ୍ୟ ଏକ ଆଦିବାସୀ ସମ୍ପ୍ରଦାୟର ଏବଂ ସେମାନେ ଝାଡ଼ଖଣ୍ଡରୁ ନିଜ ଘରକୁ ଫେରୁଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।
Tags:



