ଯାତ୍ରୀବାହୀ ବସରେ ନିଆଁ ଲାଗି ୧୨ ଯାତ୍ରୀ ଜୀବନ୍ତ ଦଗ୍ଧ

ଯାତ୍ରୀବାହୀ ବସରେ ନିଆଁ ଲାଗି ୧୨ ଯାତ୍ରୀ ଜୀବନ୍ତ ଦଗ୍ଧ
Samaya Live News Picture
Published On

କର୍ଣ୍ଣାଟକ : କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲା ହିରିୟୁର୍ ନିକଟସ୍ଥ ଏନଏଚ୍ ୪୮ରେ ମର୍ମନ୍ତୁଦ ବସ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସକୁ ଟ୍ରକ ଧକ୍କା ଦେବା ଫଳରେ ବସରେ ନିଆଁ ଲାଗିଯାଇଥିଲା ।  ଏଥିରେ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଗତକାଲି ରାତିରେ ବେଙ୍ଗାଲୁରୁରୁ ଶିବମୋଗା ୪୮ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ବସଟି ୩୨ ସିଟ୍ ଥିବାରୁ ୨୯ ଜଣ ଯାତ୍ରୀଙ୍କୁ ନେଇ ବେଙ୍ଗଲୁରୁରୁ ଶିବମୋଗ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଭାରସାମ୍ୟ ହରାଇ ଟ୍ରକଟି ଡିଭାଇଡର ଡେଇଁ ବସ ସହ ଧକ୍କା ଦେଇଛି ଏବଂ ବସର ପେଟ୍ରୋଲ ଟାଙ୍କିରେ ମାଡ ହୋଇ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି । ବସରେ ସମୁଦାୟ ୩୨ ଜଣ ଯାତ୍ରୀ ଥିଲେ । ତେବେ ଦୁର୍ଘଟଣା ପରେ ସେଥିରୁ ଥିବା କିଛି ଯାତ୍ରୀ ବାହାରି ଆସିଥିବା ବେଳେ ୧୨ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି ଅନ୍ୟ କେତେକ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଦୁର୍ଘଟଣା ବିଷୟରେ ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି, କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାରେ ହୋଇଥିବା ଦୁର୍ଘଟଣାରେ ଜୀବନ ହରାଇଥିବା ଲୋକଙ୍କ ପାଇଁ ଗଭୀର ଦୁଃଖିତ । ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୋର ସମବେଦନା ଏବଂ ଆହତଙ୍କ ଶୀଘ୍ର ସୁସ୍ଥ କାମନା କରୁଛି । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ ।

 

Tags: