ବସ୍‌ରେ ବିସ୍ପୋରଣ: ୧୧ ମୃତ

ମାଲି: କେନ୍ଦ୍ରୀୟ ମାଲିରେ ହୋଇଥିବା ଭୟଙ୍କର ବିସ୍ପୋରଣେ ଗୋଟିଏ ଯାତ୍ରୀବାହୀ ବସ୍‌ ଛିନଛତ୍ର ହୋଇଯାଇଛି । ଏଯାଏ ଏହି ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକ ଅବସ୍ଥା ସଙ୍କଟାପନ୍ନ ଥିବା ହସ୍ପିଟାଲ ସୂତ୍ରରୁ ଖବର ମିଳିଛି । ଯାତ୍ରୀବାହୀ ବସଟି ମୋପଟି ଅଞ୍ଚଳରେ ଥିବା ବାନ୍ଦିଆଗା ଓ ଗୌଣ୍ଡାକା ରାସ୍ତା ଅତିକ୍ରମ କରୁଥିବା ବେଳେ ବିସ୍ପୋରଣ ହୋଇଛି । ରାସ୍ତାରେ ପୂର୍ବରୁ ଖଞ୍ଜା ଯାଇଥିବା […]

Samaya Live Picture
Published On

ମାଲି: କେନ୍ଦ୍ରୀୟ ମାଲିରେ ହୋଇଥିବା ଭୟଙ୍କର ବିସ୍ପୋରଣେ ଗୋଟିଏ ଯାତ୍ରୀବାହୀ ବସ୍‌ ଛିନଛତ୍ର ହୋଇଯାଇଛି । ଏଯାଏ ଏହି ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକ ଅବସ୍ଥା ସଙ୍କଟାପନ୍ନ ଥିବା ହସ୍ପିଟାଲ ସୂତ୍ରରୁ ଖବର ମିଳିଛି । ଯାତ୍ରୀବାହୀ ବସଟି ମୋପଟି ଅଞ୍ଚଳରେ ଥିବା ବାନ୍ଦିଆଗା ଓ ଗୌଣ୍ଡାକା ରାସ୍ତା ଅତିକ୍ରମ କରୁଥିବା ବେଳେ ବିସ୍ପୋରଣ ହୋଇଛି । ରାସ୍ତାରେ ପୂର୍ବରୁ ଖଞ୍ଜା ଯାଇଥିବା ବିସ୍ପୋରକ ସାମଗ୍ରୀ ସଂସ୍ପର୍ଶରେ ଆସି ଏପରି ବିସ୍ପୋରଣ ହୋଇଥିବା ସୁରକ୍ଷାକର୍ମୀମାନେ କହିଛନ୍ତି । ବିସ୍ପୋରଣ ହୋଇଥିବା ଅଞ୍ଚଳଟି ମାଲି ବିଦ୍ରୋହୀଙ୍କ ଗଡ଼ ଭାବେ ପରିଚିତ । ତେଣୁ ଆଜିର ବିସ୍ପୋରଣ ପଛରେ ମଧ୍ୟ କୌଣସି ବିଦ୍ରୋହୀ ସଂଗଠନର ହାତ ଥିବା ସନ୍ଦେହ କରାଯାଉଛି ।

ବିସ୍ପୋରଣ ହେବା ପରେ ପୁଲିସ୍‌ ଓ ସ୍ଥାନୀୟ ଲୋକଙ୍କ ତଥ୍ୟ ଅନୁସାରେ ୧୦ ଜଣଙ୍କ ଜୀବନ ଯାଇଥିବା କୁହାଯାଇଥିଲା । ତେବେ ପରବର୍ତ୍ତୀ ଅବସ୍ଥାରେ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି । ମୃତକମାନେ ସାଧାରଣ ଲୋକ ହୋଇଥିବା ବେଳେ ସେମାନଙ୍କୁ କ୍ଷତି ପହଞ୍ଚାଇ ବିଦ୍ରୋହୀ ଗୋଷ୍ଠୀ ନିଜର ଦବଦବା ସୃଷ୍ଟି କରିବାକୁ ଚାହୁଁଥିବା ଆଶଙ୍କା କରାଯାଉଛି । ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକମାନେ ହିଁ ଉଦ୍ଧାର କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ଆମ୍ବୁଲାନ୍ସ ଓ ସୁରକ୍ଷାକର୍ମୀଙ୍କ ସହାୟତାରେ ମୃତାହତଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।