ଜୋହାନ୍ସବର୍ଗରେ ଗୁଳିକାଣ୍ଡ, ୩ ଶିଶୁଙ୍କ ସମେତ ୧୧ ମୃତ

ଜୋହାନ୍ସବର୍ଗରେ ଗୁଳିକାଣ୍ଡ, ୩ ଶିଶୁଙ୍କ ସମେତ ୧୧ ମୃତ
Samaya Live Desk Picture
Published On

ଜୋହାନ୍ସବର୍ଗ:  ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଏକ ଗୁଳିକାଣ୍ଡରେ ତିନି ପିଲାଙ୍କ ସମେତ ଅତି କମ୍‌ରେ ୧୧ ଜଣ ପ୍ରାଣ ହରାଇଛନ୍ତି। ଗୁଳିକାଣ୍ଡରେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି । ଚଳିତ ମାସରେ ଦକ୍ଷିଣ ଆଫ୍ରିକାରେ ଏହା ହେଉଛି ଦ୍ୱିତୀୟ ଗଣ-ଗୁଳିକାଣ୍ଡ ଘଟଣା। ଦକ୍ଷିଣ ଆଫ୍ରିକା ପୁଲିସର କହିବା ଅନୁସାରେ, ଜୋହାନ୍ସବର୍ଗଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ ବେକର୍ସଡାଲ୍ ଟାଉନସିପ୍‌ରେ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ଘଟଣା ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଏବଂ ଗୁଳିକାଣ୍ଡ ଘଟିବାର କୌଣସି ସ୍ପଷ୍ଟ କାରଣ ଜଣାପଡ଼ି ନାହିଁ ବୋଲି ପୁଲିସ କହିଛି। ଚଳିତ ମାସ ଆରମ୍ଭରେ, ପ୍ରିଟୋରିଆରେ ଏକ ଗଣ ଗୁଳିକାଣ୍ଡ ରିପୋର୍ଟ କରାଯାଇଥିଲା ଯେଉଁଥିରେ ୩, ୧୨ ଓ ୧୬ ବର୍ଷ ବୟସର ତିନି ଜଣ ପିଲାଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ବ୍ୟତୀତ ୧୩ ଜଣ ଆହତ ହୋଇଥିଲେ। ପୁଲିସର କହିବା ଅନୁଯାୟୀ, ଦକ୍ଷିଣ ଆଫ୍ରିକାର ପ୍ରଶାସନିକ ରାଜଧାନୀ ପ୍ରିଟୋରିଆର ସାଉଲ୍ସଭିଲ୍ ଟାଉନସିପ୍‌ର ଏକ ହଷ୍ଟେଲ୍ ଭିତରେ ଥିବା ଏକ ବାର୍‌ରେ ଗୁଳିକାଣ୍ଡ ଘଟିଥିଲା। ଅତି କମ୍‌ରେ ତିନିଜଣ ଅଜ୍ଞାତ ବନ୍ଧୁକଧାରୀ ଏହି ହଷ୍ଟେଲରେ ପ୍ରବେଶ କରିଥିଲେ ଯେଉଁଠାରେ ଏକ ଗୋଷ୍ଠୀ ମଦ୍ୟପାନ କରୁଥିଲେ। 

Tags: