ଦୁର୍ଘଟଣାରେ ୧୦ ଯବାନ ସହିଦ

ଦୁର୍ଘଟଣାରେ ୧୦ ଯବାନ ସହିଦ

ଜାମ୍ମୁ-କାଶ୍ମୀର : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୦ ଯବାନଙ୍କ ମୃତ୍ୟୁ । ଜାମ୍ମୁ-କାଶ୍ମୀର ଡୋଡ଼ା ଜିଲ୍ଲାରେ ଗଭୀର ଖାଇକୁ ଏକ ସେନା ଗାଡି ଖସି ପଡିବାରୁ ୧୦ ଜଣ ସୈନ୍ୟଙ୍କ ଶୋଚନୀୟ ମୃତ୍ୟୁ ଘଟିବା ସହିତ ଏକାଧିକ ଆହତ ହୋଇଛନ୍ତି । ଆହତ ଯବାନ୍ଙ୍କୁ ଉଦ୍ଧାର କରାଯାଇ ଉଦ୍ଧମପୁର କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ଭଦ୍ରବାହ-ଚମ୍ବା ଇଣ୍ଟରଷ୍ଟେଟ ରୋଡରେ ଖନ୍ନି ଟପ୍ ରେ ହୋଇଛି ।

ସମ୍ବନ୍ଧିତ ଖବର ଗଣତନ୍ତ୍ର ଦିବସରେ ଭାରତକୁ ଅଭିନନ୍ଦନ ଜଣାଇଲା ଆମେରିକା

ସୂଚନାନୁସାରେ, ଏକ ବୁଲେଟପ୍ରୁଫ ଆର୍ମି ଗାଡ଼ିରେ ଅତିକମରେ ୧୭ ଜଣ ଯବାନ ପର୍ବତରେ ଥିବା ଏକ ପୋଷ୍ଟକୁ ଯାଉଥିଲା । ଏହି ସମରେ ଖନ୍ନି ଟପରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ୨୦୦ ଫୁଟ ଗଭୀର ଖାଇକୁ ଗାଡି ଖସିପଡିଥିଲା । ଏଥିରେ ୧୦ ଜଣ ଯବାନଙ୍କ ମୃତ୍ୟୁ ଘଟିବା ସହିତ ଏକାଧିକ ଆହତ ହୋଇଛନ୍ତି । ପୋଲିସ ଏବଂ ଆର୍ମୀ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ସମସ୍ତ ମୃତାହତଙ୍କୁ ଉଦ୍ଧମପୁର କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । 

ସମ୍ବନ୍ଧିତ ଖବର ଅବସର ନେଲେ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ  

Tags: