ସିରିଡ଼ି ଦର୍ଶନରେ ଯାଉଥିବା ବେଳେ ବସ-ଟ୍ରକ ମୁହାଁମୁହିଁ ଧକ୍କା ,୧୦ ଶ୍ରଦ୍ଧାଳୁ ମୃତ
ମହାରାଷ୍ଟ୍ର : ଶୁକ୍ରବାର ସକାଳେ ମହାରାଷ୍ଟ୍ରର ନାଶିକରେ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଛି। ବସଟି ଶ୍ରଦ୍ଧାଳୁଙ୍କୁ ନେଇ ଶିରିଡି ସାଇ ଦର୍ଶନ ଅଭିମୁଖେ ଯାଉଥିଲା I ନାସିକ-ସିନ୍ନର ରାସ୍ତାରେ ଏକ ଘରୋଇ ବିଳାସପୂର୍ଣ୍ଣ ବସ୍ ସହିତ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିବା ସହିତ ୪୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସଟି ସମ୍ପୂର୍ଣ୍ଣ ଚୁରମାର ହେବା ସହ ଶ୍ରଦ୍ଧାଳୁମାନଙ୍କ ଜିନିଷ ପତ୍ର ଏଣେତେଣେ ପଡିଥିବାର […]
ମହାରାଷ୍ଟ୍ର : ଶୁକ୍ରବାର ସକାଳେ ମହାରାଷ୍ଟ୍ରର ନାଶିକରେ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଛି। ବସଟି ଶ୍ରଦ୍ଧାଳୁଙ୍କୁ ନେଇ ଶିରିଡି ସାଇ ଦର୍ଶନ ଅଭିମୁଖେ ଯାଉଥିଲା I ନାସିକ-ସିନ୍ନର ରାସ୍ତାରେ ଏକ ଘରୋଇ ବିଳାସପୂର୍ଣ୍ଣ ବସ୍ ସହିତ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିବା ସହିତ ୪୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସଟି ସମ୍ପୂର୍ଣ୍ଣ ଚୁରମାର ହେବା ସହ ଶ୍ରଦ୍ଧାଳୁମାନଙ୍କ ଜିନିଷ ପତ୍ର ଏଣେତେଣେ ପଡିଥିବାର ଦେଖିବାକୁ ମିଳିଥିଲା I ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଏବଂ ୩ ଜଣ ଶିଶୁ ଓ ୨ ଜଣ ପୁରୁଷ ଅଛନ୍ତି I ଆହତମାନଙ୍କୁ ସିନ୍ନର ଗ୍ରାମୀଣ ହସ୍ପିଟାଲ ଏବଂ ଯଶବନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବସ୍ରେ ପ୍ରାୟ ଥିଲେ ।
ସୂଚନାନୁସାରେ, ଉଲହାସନଗରରୁ ୫୦ ଜଣ ଯାତ୍ରୀ ଙ୍କୁ ନେଇ ଶିରିଡି ସାଇ ଦର୍ଶନ ପାଇଁ ବସଟି ଯାଉଥିଲା । ବସରେ ଥିବା ସମସ୍ତ ଯାତ୍ରୀ ଅମ୍ବରନାଥର ବାସିନ୍ଦା ବୋଲି ଜଣାପଡିଛି। ସେମାନେ ଶିରିଡି ସାଇ ବାବାଙ୍କ ଦର୍ଶନ ପାଇଁ ଯାଉଥିଲେ । ରାଜପଥରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏଥିସହ ସେ ପ୍ରଶାସନକୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।




