ଅଗ୍ନିବୀରମାନଙ୍କ ପାଇଁ ସେନାରେ ୧୦ ପ୍ରତିଶତ ସଂରକ୍ଷଣ
ନୂଆଦିଲ୍ଲୀ: ଜୁନ ୧୮: ଅଗ୍ନିପଥ ଯୋଜନା ବିରୋଧରେ ସାରା ଦେଶରେ ଆନ୍ଦୋଳନ ତୀବ୍ର ହେଉଛି । ଏହା ସତ୍ତେ୍ୱଏକ ବଡ଼ ଘୋଷଣା ହୋଇଛି । ଅଗ୍ନିବୀରଙ୍କ ପାଇଁ ସରକାର ବଡ଼ ଘୋଷଣା କରିଛନ୍ତି । ଅଗ୍ନିବୀରମାନଙ୍କୁ ସିଆରପିଏଫ୍, ଆସାମ ରାଇଫଲ୍ସ ନିଯୁକ୍ତିରେ ମିଳିବ ୧୦% ସଂରକ୍ଷଣ । ଗୃହମନ୍ତ୍ରାଳୟ ପକ୍ଷରୁ ନିଯୁକ୍ତିରେ ଅଗ୍ନିପଥ ଯୋଜନା ଅନ୍ତର୍ଗତ ୪ ବର୍ଷ ପୂରଣ କରିଥିବା ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ ଦିଆଯିବ ବୋଲି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିସହ ନିଯୁକ୍ତି […]
ନୂଆଦିଲ୍ଲୀ: ଜୁନ ୧୮: ଅଗ୍ନିପଥ ଯୋଜନା ବିରୋଧରେ ସାରା ଦେଶରେ ଆନ୍ଦୋଳନ ତୀବ୍ର ହେଉଛି । ଏହା ସତ୍ତେ୍ୱଏକ ବଡ଼ ଘୋଷଣା ହୋଇଛି । ଅଗ୍ନିବୀରଙ୍କ ପାଇଁ ସରକାର ବଡ଼ ଘୋଷଣା କରିଛନ୍ତି । ଅଗ୍ନିବୀରମାନଙ୍କୁ ସିଆରପିଏଫ୍, ଆସାମ ରାଇଫଲ୍ସ ନିଯୁକ୍ତିରେ ମିଳିବ ୧୦% ସଂରକ୍ଷଣ । ଗୃହମନ୍ତ୍ରାଳୟ ପକ୍ଷରୁ ନିଯୁକ୍ତିରେ ଅଗ୍ନିପଥ ଯୋଜନା ଅନ୍ତର୍ଗତ ୪ ବର୍ଷ ପୂରଣ କରିଥିବା ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ ଦିଆଯିବ ବୋଲି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିସହ ନିଯୁକ୍ତି ବେଳେ ସେମାନଙ୍କର ବୟସ ୩ବର୍ଷ କୋହଳ କରାଯିବ । ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ପାଇଁ ନିର୍ଦ୍ଧାରିତ ବୟସ ସୀମାର ୫ବର୍ଷ କୋହଳ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଏହି ଯୋଜନାକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ସାରା ଦେଶରେ ଅଗ୍ନିପଥ ଯୋଜନାକୁ ବିରୋଧ କରି ୭ଟି ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ବିହାର, ଉତ୍ତରପ୍ରଦେଶ ଓ ତେଲେଙ୍ଗାନାରେ ଆନ୍ଦୋଳନକାରୀ ଟ୍ରେନ୍ ଜଳାଇ ଦେଇଛନ୍ତି । ବିହାରରେ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କ ଘର ଉପରକୁ ଆକ୍ରମଣ ହୋଇଛି । ବିହାର ରାଜ୍ୟ ବିଜେପି ମୁଖ୍ୟ ସଞ୍ଜୟ ଜୟସ୍ୱାଲଙ୍କ ଘର ଉପରକୁ ମଧ୍ୟ ଆକ୍ରମଣ ହୋଇଛି । ଆନ୍ଦୋଳନକାରୀଙ୍କ ଉଗ୍ର ହିଂସା ଯୋଗୁ ସାରା ଦେଶରେ ପ୍ରାୟ ୨୦୦ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।




