ଅହମଦନଗର ସିଭିଲ ହସ୍ପିଟାଲରେ ଅଗ୍ନିକାଣ୍ଡ: ୧୦ କରୋନା ସଂକ୍ରମିତ ମୃତ
ମହାରାଷ୍ଟ୍ର: ନଭେମ୍ବର ୦୬: ମହାରାଷ୍ଟ୍ର ସ୍ଥିତ ଅହମଦନଗର ସିଭିଲ ହସ୍ପିଟାଲର କୋଭିଡ ୱାର୍ଡରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଥିବା ପ୍ରାଥମିକ ସ୍ତରରୁ ସୂଚନା ମିଳିଛି । ଆଉ ୬ ଜଣ ସଂକ୍ରମିତ ଗୁରୁତର ଆହତ ଥିବା ଜଣାପଡ଼ିଛି । ୱାର୍ଡରେ ପ୍ରାୟ ୧୭ ଜଣ ସଂକ୍ରମିତ ରହିଥିବା ଖବର ମିଳିଛି । ତେବେ ଅନ୍ୟ କରୋନା ସଂକ୍ରମିତଙ୍କୁ ଉଦ୍ଧାର କରାଯାଇ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇ ଚିକିତ୍ସା କରାଯାଉଛି […]
ମହାରାଷ୍ଟ୍ର: ନଭେମ୍ବର ୦୬: ମହାରାଷ୍ଟ୍ର ସ୍ଥିତ ଅହମଦନଗର ସିଭିଲ ହସ୍ପିଟାଲର କୋଭିଡ ୱାର୍ଡରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଥିବା ପ୍ରାଥମିକ ସ୍ତରରୁ ସୂଚନା ମିଳିଛି । ଆଉ ୬ ଜଣ ସଂକ୍ରମିତ ଗୁରୁତର ଆହତ ଥିବା ଜଣାପଡ଼ିଛି । ୱାର୍ଡରେ ପ୍ରାୟ ୧୭ ଜଣ ସଂକ୍ରମିତ ରହିଥିବା ଖବର ମିଳିଛି । ତେବେ ଅନ୍ୟ କରୋନା ସଂକ୍ରମିତଙ୍କୁ ଉଦ୍ଧାର କରାଯାଇ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇ ଚିକିତ୍ସା କରାଯାଉଛି ବୋଲି ହସ୍ପିଟାଲର ନିର୍ଦ୍ଦେଶକ ଡା. ରାଜେନ୍ଦ୍ର ଭୋସଲେ କହିଛିନ୍ତି । ମୃତ କରୋନା ସଂକ୍ରମିତ ପୋଡ଼ି ହୋଇ ପ୍ରାଣ ହରାଇଥିବା କୁହାଯାଉଥିବା ବେଳେ ଆଉ କିଛି ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି ବୋଲି ଦର୍ଶଯାଇଛି ।
ସୂଚନା ଅନୁସାରେ, ଦିନ ପ୍ରାୟ ୧୧ଟା ସମୟରେ ହସ୍ପିଟାଲର କୋଭିଡ ଆଇସିୟୁ ୱାର୍ଡରେ ହଠାତ୍ ନିଆଁ ଲାଗି ଯାଇଥିଲା । ଫଳରେ ସେଠାରେ ଥିବା ରୋଗୀଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା । କେଉଁ କାରଣରୁ ନିଆଁ ଲାଗିଛି ସେ ବିଷୟରେ ସଠିକ୍ ସୂìଚନା ମିଳିନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଛି ବୋଲି ହସ୍ପିଟାଲର ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି ।
ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲ୍ଲିକଙ୍କ ସୂଚନା ଅନୁସାରେ, ନିଆଁ ଲାଗିଥିବା ଆଇସିୟୁ ୱାର୍ଡ କେରାନା ସଂକ୍ରମିତଙ୍କ ପାଇଁ ନୂତନ ଭାବେ ଖୋଲାଯାଇଥିଲା । ତେବେ ନୂଆ ୱାର୍ଡରେ କିପରି ନିଆଁ ଲାଗିଲା ତାହା ଏକ ଗୁରୁତ୍ୱପୂର୍ଣ୍ଣ କଥା ।




