ଏକାଠି ହେଲେ ଠାକରେ ଭ୍ରାତା
ମୁମ୍ବାଇ : ମୁମ୍ବାଇରେ ଠାକ୍ରେ ଭ୍ରାତା ଏକାଠି ହୋଇଛନ୍ତି। ସେମାନେ ଏକାଠି ମୁମ୍ବାଇ ପୌର ନିର୍ବାଚନ ଲଢ଼ିବେ। ଉଦ୍ଧବ ଠାକରେ ଏବଂ ରାଜ୍ ଠାକରେଙ୍କ ଦ୍ବାରା ଏହି ନିଷ୍ପତ୍ତି ସାର୍ବଜନୀନ କରାଯାଇଛି। ଆଜି ସକାଳେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଏମଏନଏସ (ମହାରାଷ୍ଟ୍ର ନବନିର୍ମାଣ ସେନା) ମୁଖ୍ୟ ରାଜ୍ ଠାକ୍ରେ ଘୋଷଣା କରିଛନ୍ତି ଯେ ଶିବସେନା ଏବଂ ଏମଏନଏସ ହେଉଛନ୍ତି ମେଣ୍ଟ ସହଯୋଗୀ। ରାକ୍ ଠାକ୍ରେ ଦୃଢ଼ୋକ୍ତି ବାଢ଼ି କହିଛନ୍ତି ଯେ ମୁମ୍ବାଇକୁ ଜଣେ ମରାଠି ମେୟର ମିଳିବେ ଏବଂ ସେହି ବ୍ୟକ୍ତି ଜଣଙ୍କ ଶିବସେନା-ଏମଏନଏସ ମେଣ୍ଟର। ଉଦ୍ଧବଙ୍କ ପାଖରେ ରାଜ୍ ଠାକ୍ରେ ବସିଥିବାବେଳେ ସେ ମଧ୍ୟ କହିଥିଲେ ଯେ ମୁମ୍ବାଇ ଆମ ସହ ରହିବ।
Tags:




