ବିମାନରେ ଆମେରିକା ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ବେଙ୍ଗାଲୁରୁ ଡାକ୍ତର

ବିମାନରେ ଆମେରିକା ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ବେଙ୍ଗାଲୁରୁ ଡାକ୍ତର
Samaya Live Desk Picture
Published On

ବେଙ୍ଗାଲୁରୁ:  ଗୋଆରୁ ନୂଆଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିବା ଜଣେ ଆମେରିକୀୟ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି ବେଙ୍ଗାଲୁରୁର ଜଣେ ଡାକ୍ତର। ବିମାନଟି ଶନିବାର ଅପରାହ୍ଣ ୧ଟା ୧୫ରେ ଗୋଆରୁ ଉଡ଼ାଣ ଭରିବାର ମାତ୍ର ୧୦ ମିନିଟ ପରେ ଜେନ୍ନି ନାମ୍ନୀ ଜଣେ ୩୪ ବର୍ଷୀୟା ଆମେରିକୀୟ ମହିଳା ଅସୁସ୍ଥ ହୋଇପଡ଼ିଥିଲେ। ଜେନ୍ନି ତାଙ୍କ ଭଉଣୀ ସହିତ ଦିଲ୍ଲୀ ଏକ ବିବାହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଯାତ୍ରା କରୁଥିବାବେଳେ ୧୬ ନଂ ଧାଡ଼ିରେ ବସିଥିଲେ। ସେ ଆଶ୍ବସ୍ତ ଅନୁଭବ କରିବା ସହିତ ଥରି ଥରି ଅଚେତ ହୋଇଯାଇଥିଲେ। ତେବେ ମହିଳାଙ୍କ ପାଇଁ ସହାୟତା ମାଗିବାକୁ ବିମାନରେ ଘୋଷଣା ହେବାପୂର୍ବରୁ ବିମାନରେ ଥିବା ଡାକ୍ତର ଅଞ୍ଜଳି ନିମ୍ବାଲକର ତୁରନ୍ତ ମହିଳାଙ୍କ ନିକଟରେ ପହଞ୍ଚି ତାଙ୍କୁ ସହାୟତା ପ୍ରଦାନ କରିଥିଲେ। ପାକସ୍ଥଳୀରେ ସଂକ୍ରମଣ ଯୋଗୁ ତାଙ୍କ ଶରୀରରୁ ଜଳୀୟ ଅଂଶ କମି ଯାଇଥିବାରୁ ସେ ଅଚେତ ହୋଇଯାଇଥିଲେ। ଡ. ନିମ୍ବାଲକର ମହିଳା ଯାତ୍ରୀଙ୍କ ନିକଟକୁ ଯାଇ ତାଙ୍କ ନିକଟରେ ଥିବା ଇଲେକ୍ଟ୍ରୋଲାଇଟ ସଲ୍ୟୁସନ ପାଟି ବାଟେ ଦେବା ପରେ ସେ ସୁସ୍ଥ ହୋଇଥିଲେ। କିନ୍ତୁ ଏହାର ଅଧଘଣ୍ଟା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆଉଥରେ ଗୁରୁତର ହୋଇଯାଇଥିଲା।

Tags: