ପଶ୍ଚିମ ବଙ୍ଗରେ 'ଶୁଭେନ୍ଦୁ' ସରକାର

ମୁଖ୍ୟମନ୍ତ୍ରୀଙ୍କ ସହ ୬ମନ୍ତ୍ରୀଙ୍କ ଶପଥ ଗ୍ରହଣ

ପଶ୍ଚିମ ବଙ୍ଗରେ 'ଶୁଭେନ୍ଦୁ' ସରକାର
Samaya Live News Picture
Published On

କୋଲକାତା : ପଶ୍ଚିମବଙ୍ଗରେ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ । ଚଳିତ ବିଧାନସଭା ନିର୍ବାଚନରେ ବିଜେପି ର ବିପୁଳ ବିଜୟ ପରେ ଆଜି ଠାରୁ ପଶ୍ଚିମବଙ୍ଗରେ ଶୁଭେନ୍ଦୁ ରାଜ୍ ଆରମ୍ଭ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଆଜି ଏକ ଭବ୍ୟ ସମାରୋହରେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଶୁଭେନ୍ଦୁ ଅଧିକାରୀଙ୍କ ସହ ୬ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । କଲକାତାର ବ୍ରିଗେଡ୍ ଗ୍ରାଉଣ୍ଡରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ଆର.ଏନ ରବି । ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟତୀତ ଦିଲୀପ ଘୋଷ, ଅଗ୍ନିମିତ୍ର ପାଲ, ଅଶୋକ କୀର୍ତ୍ତନିଆ, ଖୁଦିରାମ ଟୁଡୁ ଏବଂ ନିସିଥ ପ୍ରାମାଣିକଙ୍କ ସମେତ ଅନ୍ୟ ୫ ଜଣ ନେତା ମଧ୍ୟ ଶପଥ ଗ୍ରହଣ କରିଛନ୍ତି । 

ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ, ଏନଡିଏ ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିିତ ଅଛନ୍ତି । ଶୁଭେନ୍ଦୁ ବଙ୍ଗଳାରେ ଶପଥ ଗ୍ରହଣ କରି ତାଙ୍କ ସମର୍ଥକମାନଙ୍କୁ ଖୁସି କରିଛନ୍ତି।

 

Tags: