ଗୁଜରାଟ ଉପକୁଳରେ ସମୁଦ୍ରରେ ଫୁଟୁଛି ପାଣି

ଗୁଜରାଟ ଉପକୁଳରେ ସମୁଦ୍ରରେ ଫୁଟୁଛି ପାଣି
Samaya Live Desk Picture
Published On

ଅହମଦାବାଦ: ଗୁଜରାଟ ଉପକୂଳରେ ସମୁଦ୍ର ପୃଷ୍ଠରୁ ଫୋଟକା ଉଠିବା ଭଳି ଏକ ରହସ୍ୟମୟ ଘଟଣା ଘଟିଛି। ଏହାକୁ ଗ୍ୟାସ ଲିକ୍‌ କିମ୍ବା ଭୌଗୋଳିକ ଗତିବିଧିର ସଙ୍କେତ ବୋଲି ବିବେଚନା କରି ପ୍ରଶାସନ ପକ୍ଷରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ସମୁଦ୍ର ଶଯ୍ୟାରୁ ଗ୍ୟାସ ଲିକ୍‌ ଆଶଙ୍କା ମଧ୍ୟ କରାଯାଇଛି। ତଦନ୍ତ ପାଇଁ ସରକାର ସ୍ବତନ୍ତ୍ର ଟିମ୍‌ ନିୟୋଜନ କରିଛନ୍ତି। ମୁତ୍ସ୍ୟଜୀବୀମାନଙ୍କୁ ଏହି ଅଞ୍ଚଳରୁ ଦୂରରେ ରହିବାକୁ କୁହାଯାଇଛି। ଏଥିସହ ଜାହାଜର ଗତି ପରିବର୍ତ୍ତନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ପାଲଘର ଜିଲ୍ଲାର ଜଣେ ଅଧିକାରୀଙ୍କ ଅନୁଯାୟୀ, ମତ୍ସ୍ୟଜୀବୀଙ୍କ ଭିଡିଓରେ ସମୁଦ୍ରର ଏକ ବଡ଼ ଅଂଶରେ ପାଣି ଫୁଟୁଥିବା ଏବଂ ଫୋଟକା ଉଠୁଥିବା ଦେଖାଯାଇଛି। ଉକ୍ତ ସ୍ଥାନ ଜାହାଜ ଚଳାଚଳ ମାର୍ଗ ଏବଂ ମାଛଧରା ସ୍ଥଳର ଅତି ନିକଟବର୍ତ୍ତି।