ଅଭିନେତା ଇମ୍ରାନ୍ ଖାନ୍ଙ୍କୁ 'ଲିଭ୍ ଇଣ୍ଡିଆ ନୋଟିସ୍'
ମୁମ୍ବାଇ :ଇମ୍ରାନ୍ ଖାନ୍ଙ୍କୁ 'ଲିଭ୍ ଇଣ୍ଡିଆ ନୋଟିସ୍' ଜାରି କଲା ମୁମ୍ବାଇ ପୋଲିସ । ଅଭିନେତା ଆମିର ଖାନ୍ଙ୍କ ଭଣଜା ତଥା ଅଭିନେତା ଇମ୍ରାନ୍ ଖାନ୍ଙ୍କୁ ମୁମ୍ବାଇ ପୋଲିସ ପକ୍ଷରୁ ଏକ 'ଭାରତ ଛାଡ଼ ନୋଟିସ୍' ଜାରି କରାଯାଇଛି । ଏହି ନୋଟିସ୍ ଅନୁଯାୟୀ, ତାଙ୍କୁ ଆସନ୍ତା ଅକ୍ଟୋବର ୨୮ ତାରିଖ ସୁଦ୍ଧା ଦେଶ ଛାଡିବାକୁ କୁହାଯାଇଛି । ଆମେରିକୀୟ ନାଗରିକ ତଥା ଓସିଆଇ କାର୍ଡଧାରୀ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ଏହି ଇମିଗ୍ରେସନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ସୂଚନାନୁସାରେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ ଆୟୋଜିତ ଏକ ପ୍ରତିବାଦ ସମାବେଶରେ ଇମ୍ରାନ୍ ଖାନ୍ ଯୋଗଦେଇଥିଲେ। ତେବେ ସେ ମୁଖ୍ୟତଃ ଆମେରିକୀୟ ନାଗରିକ ହୋଇଥିବାରୁ ଏହି ପ୍ରତିବାଦ ପରେ ପୋଲିସ ତାଙ୍କୁ ଅଟକ ରଖିଥିଲା । ସେ ଭାରତୀୟ ନାଗରିକ ନହୋଇ ମଧ୍ୟ ଏହି ଆନ୍ଦୋଳନରେ ସାମାଜିକ ତଥା ରାଜନୈତିକ ପ୍ରତିବାଦରେ ଭାଗ ନେଇଥିଲେ ଯାହାଫଳରେ ପୋଲିସ ଏଭଳି ପଦକ୍ଷେପ ଗ୍ରହଣ କରିଛି।
ଇମ୍ରାନ୍ ଖାଁ ୧୯୮୩ ଜାନୁଆରୀ ୧୩ରେ ସେ ଆମେରିକାର ମାଡିସନରେ ଜନ୍ମ ହୋଇଥିଲେ । ଇମ୍ରାନଙ୍କ ପାଖରେ ଭାରତର ନାଗରିକତା ନାହିଁ । ସେ ଆମେରିକାର ନାଗରିକ ଅଟନ୍ତି । ତାଙ୍କ ପାଖରେ ୟୁଏସ୍ ପାସପୋର୍ଟ ସହ ଭାରତର ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ କାର୍ଡ ମଧ୍ୟ ରହିଛି ।




