ବନ୍ଦେ ଭାରତ ଏକ୍ସପ୍ରେସ୍ ଖାଦ୍ୟରେ ପୋକ: ଆଇଆର୍‌ସିଟିସିକୁ ୧୦ ଲକ୍ଷ, କ୍ୟାଟରିଂ କମ୍ପାନିକୁ ୫୦ ଲକ୍ଷ ଜରିମାନା

ବନ୍ଦେ ଭାରତ ଏକ୍ସପ୍ରେସ୍ ଖାଦ୍ୟରେ ପୋକ: ଆଇଆର୍‌ସିଟିସିକୁ ୧୦ ଲକ୍ଷ, କ୍ୟାଟରିଂ କମ୍ପାନିକୁ ୫୦ ଲକ୍ଷ ଜରିମାନା
Samaya Live Desk Picture
Published On

ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌ରେ ଯାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟର ଦହିରେ ପୋକ ମିଳିବା ଅଭିଯୋଗ ଆସିବା ପରେ ଭାରତୀୟ ରେଳ ମନ୍ତ୍ରଣାଳୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମନ୍ତ୍ରଣାଳୟ ଆଇଆର୍‌ସିଟିସି ଉପରେ ୧୦ ଲକ୍ଷ ଏବଂ କ୍ୟାଟରିଂ କମ୍ପାନି ଉପରେ ୫୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ପାଟନାରୁ ଟାଟାନଗର ଯାଉଥିବା ଜଣେ ଯାତ୍ରୀ ରିତେଶ କୁମାର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ। ଭିଡିଓରେ ରାତ୍ରୀ ଭୋଜନ ସହିତ ଖାଇବାକୁ ଦିଆଯାଉଥିବା ଦହିରେ ପୋକ ଥିବା ଦେଖିବାକୁ ମିଳିଥିଲା।

ରେଳ ମନ୍ତ୍ରଣାଳୟ କହିଛି, ୧୫ ମାର୍ଚ୍ଚ, ୨୦୨୬ରେ ଟ୍ରେନ ନମ୍ବର ୨୧୮୯୬ ପାଟନା-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ମିଳିଥିବା ଖାଦ୍ୟର ଗୁଣବତ୍ତା ସମ୍ବନ୍ଧୀୟ ଅଭିଯୋଗକୁ ଗମ୍ଭୀରତାର ସହ ନିଆଯାଇଛି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଅଭିଯୋଗ ପାଇଁ ଦାୟୀ ମାନଙ୍କର ଚୁକ୍ତିନାମା ମଧ୍ୟ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରୀ ସୁରକ୍ଷା ଏବଂ ଗୁଣବତ୍ତା ଆମର ପ୍ରାଥମିକତା। ଭାରତୀୟ ରେଳବାଇର ଜଣେ ମୁଖପାତ୍ର ମଧ୍ୟ କହିଛନ୍ତି ଯେ ଏହି ବିଷୟକୁ ହାଲୁକା ଭାବରେ ନିଆଯିବ ନାହିଁ। ଗୁଣାତ୍ମକ ସେବା ବଜାୟ ରଖିବା ଏକ ପ୍ରାଥମିକତା। ସେ ବ୍ୟାଖ୍ୟା କରିଥିଲେ ଯେ ଯାତ୍ରୀମାନେ ଉନ୍ନତ ସୁବିଧା ଆଶା କରୁଥିବାରୁ, ବିଶେଷକରି ବନ୍ଦେ ଭାରତ ଭଳି ପ୍ରିମିୟମ୍ ଟ୍ରେନଗୁଡ଼ିକରେ ଉଚ୍ଚମାନର ସେବା ଏବଂ ପରିଷ୍କାର ପରିଚ୍ଛନ୍ନତା ସୁନିଶ୍ଚିତ କରିବା ପାଇଁ କଠୋର ନିୟମ ରହିଛି।

Tags: