ଜୁନ୍‌ ୩ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ଜୁନ୍‌ ୩ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର
Samaya Live Desk Picture
Published On

ବେଙ୍ଗାଲୁରୁ : କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ବୈଠକରେ ଆଜି ସର୍ବସମ୍ମତିକ୍ରମେ ଡିକେ ଶିବକୁମାରଙ୍କୁ ନେତା ନିର୍ବାଚିତ କରାଯାଇଛି। ଶନିବାର ଅପରାହ୍ଣରେ ବେଙ୍ଗାଲୁରୁର ବିଧାନ ସୌଧରେ ଅନୁଷ୍ଠିତ ବୈଠକରେ ବିଧାୟକ ଦଳର ନୂଆ ନେତା ଭାବେ ଶିବକୁମାରଙ୍କ ନାମକୁ ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ପ୍ରସ୍ତାବ ଦେଇଥିଲେ। ଏଆଇସିସିର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଓ ରଣଦୀପ ସିଂହ ସୁର୍ଜେୱାଲା ଏହି ବୈଠକରେ ଉପସ୍ଥିତ ଥିଲେ। ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ନେତୃତ୍ୱର ଅବଦାନ ପାଇଁ ଧନ୍ୟବାଦ ଜଣାଇ ବୈଠକରେ ଏକ ପ୍ରସ୍ତାବ ମଧ୍ୟ ପାରିତ ହୋଇଥିଲା। ବିଧାୟକ ଦଳ ବୈଠକ ଛାଡ଼ିବା ବେଳେ ସିଦ୍ଦରମୈୟା କହିଥିଲେ, ମୁଁ କଂଗ୍ରେସ ବିଧାୟକ ଦଳ ନେତା ଓ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି ଏବଂ ପରବର୍ତ୍ତୀ ନେତା ନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ଶେଷ ହୋଇଛି। ଆସନ୍ତା ଜୁନ୍‌ ୩ ତାରିଖରେ ଶିବକୁମାର ମୁଖ୍ୟମନ୍ତ୍ରୀ ଭ‌ାବେ ଶପଥ ନେବେ।  

Tags: