ପଞ୍ଜାବରେ ବିଜେପି ନେତା ବିଟ୍ଟୁଙ୍କ କନଭୟ ଉପରେ ଆକ୍ରମଣ

ପଞ୍ଜାବରେ ବିଜେପି ନେତା ବିଟ୍ଟୁଙ୍କ କନଭୟ ଉପରେ ଆକ୍ରମଣ
Samaya Live Desk Picture
Published On

ଚଣ୍ଡୀଗଡ଼: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ରବନୀତ୍‌ ସିଂହ ବିଟ୍ଟୁ ଆଜି ଅଭିଯୋଗ କରିଛନ୍ତି ଯେ, ଅମୃତସର୍‌ରୁ ପଠାନକୋଟ୍‌ ଯାଉଥିବାବେଳେ ବାଟାଲାର ଘସିତପୁର୍‌ ଗାଁ ନିକଟରେ ତାଙ୍କ କନଭୟ ଉପରେ ଆମ୍‌ ଆଦମୀ ପାର୍ଟି (ଆପ୍‌) କର୍ମୀ ଆକ୍ରମଣ କରିଛନ୍ତି। ପଞ୍ଜାବରେ ବିଜେପି ପକ୍ଷରୁ ‘ପଞ୍ଜାବ ନିଶା ମୁକ୍ତି ଯାତ୍ରା’ ଆରମ୍ଭ କରାଯାଇଥିବାବେଳେ ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସେ ଯୋଗ ଦେବାକୁ ଯାଇଥିଲେ। ବିଟ୍ଟୁଙ୍କ ଅନୁଯାୟୀ, ତାଙ୍କ କନଭୟ ଫତେଗଡ଼ ଛୁରିଆନ୍ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଭାରୀ ଜୋବାନ ରନ୍ଧାୱାଙ୍କ କାର୍ଯ୍ୟାଳୟ ନିକଟକୁ ଯାଉଥିବାବେଳେ ଘସିତପୁର ଷ୍ଟେସନ ନିକଟରେ ତାଙ୍କ ଗାଡ଼ିକୁ ଆପ୍‌ କର୍ମୀମାନେ ଘେରିଯିବା ସହ ଅଣ୍ଡା ଏବଂ ଟମୋଟୋ ମାଡ଼ କରିଥିଲେ। ଏପରିକି ସେମାନେ ଗାଡ଼ିର କାଚ ଭାଙ୍ଗି ଦେଇଥିଲେ। ରାସ୍ତା ଉପରେ ‘ଲାଙ୍ଗର’ ଆୟୋଜନ ନାଁରେ ସେମାନେ ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିଲେ। ବିଟ୍ଟୁଙ୍କ ଗଣମାଧ୍ୟମ ପରାମର୍ଶଦାତା ଅଭିଯୋଗ କରିଛନ୍ତି ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ପଠାନକୋଟ‌ଠାରେ ନିଶାମୁକ୍ତି ଅଭିଯାନର ଶୁଭାରମ୍ଭ କରୁଥିବାବେଳେ ବିଟ୍ଟୁଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାରେ ରୋକିବାକୁ ତାଙ୍କ ପ୍ରତିନିଧି ଦଳ ଉପରେ ଏପରି ଆକ୍ରମଣ କରାଯାଇଥିଲା।

Tags: