ଆତଙ୍କବାଦୀଙ୍କୁ ଜଗିବ 'ଅନ୍ଵେଷା',ମହାକାଶକୁ ଗଲା ୧୬ ସାଟେଲାଇଟ

ଶେଷ ସମୟରେ କକ୍ଷପଥରେ ଅବସ୍ଥାପିତ ହୋଇପାରିଲା ନାହିଁ ଅନ୍ଵେଷା

ଆତଙ୍କବାଦୀଙ୍କୁ ଜଗିବ 'ଅନ୍ଵେଷା',ମହାକାଶକୁ ଗଲା ୧୬ ସାଟେଲାଇଟ
Samaya Live News Picture
Published On

ନୂଆଦିଲ୍ଲୀ : ଇତିହାସ ରଚିଲା ଇସ୍ରୋ । ସୀମାରେ ଆଉ ଲୁଚିପାରିବେନି ଆତଙ୍କବାଦୀ । ଲଞ୍ଚ କରିଛି ଦିବ୍ୟ ଦୃଷ୍ଟି ସାଟେଲାଇଟ୍‌ । ବର୍ଷର ପ୍ରଥମ ଉପଗ୍ରହ ଉଦକ୍ଷେପଣ ସହ ନୂଆ ଇତିହାସ ରଚିଛି ଇସ୍ରୋ । ମହାକାଶ ଗଲା ଗୁରୁତ୍ୱପୂର୍ଣ୍ଣ ସାଟେଲାଇଟ୍ 'ଅନ୍ୱେଷା' । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISRO ଏବଂ NSIL ମିଳିତ ଭାବେ ଆଜି ସକାଳ ୧୦ଟା ୧୭ ମିନିଟରେ ଆନ୍ଧ୍ର ଶ୍ରୀହରିକୋଟାରୁ PSLV-C62 ରକେଟ୍ ଉତ୍କ୍ଷେପଣ କରାଯାଇଛି । DRDO ଦ୍ବାରା ବିକଶିତ PSLV-C 62 ରକେଟ୍ ଜରିଆରେ ମହାକାଶକୁ ଗଲା 'ଅନ୍ୱେଷା' ।

ଅନ୍ୱେଷା ସହ ମହାକାଶକୁ ଗଲା ଓଡ଼ିଶା ନିର୍ମିତ ସାଟେଲାଇଟ୍‌ ସିଜିୟୁଏସଏଟି-୧ । ଭୁବନେଶ୍ୱର ସିଭି ରମଣ ଗ୍ଲୋବାଲ୍‌ ୟୁନିଭର୍ସିଟି ଦ୍ୱାରା ନିର୍ମିତ ହୋଇଛି ଏହି ସାଟେଲାଇଟ୍‌ । ଏହା ଏକ ନିରୀକ୍ଷଣ ଉପଗ୍ରହ । ଯାହା ଦିବ୍ୟ ଦୃଷ୍ଟି କିମ୍ବା ହାଇପରସ୍ପେକ୍ଟ୍ରାଲ୍‌ ଇମେଜିଂ ସାଟେଲଇଟ ଭାବରେ ଜଣାଶୁଣା । ପ୍ରାକୃତିକ ବିପର୍ଯୟ ସମୟରେ ଯୋଗାଯୋଗ ପାଇଁ ଏହା ହେବ ବଡ ମାଧ୍ୟମ । ଚୀନ୍‌ ଓ ପାକିସ୍ତାନ ଉପରେ କଡା ନଜର ରଖିବାକୁ ଭରତ ଆଜି ଏକ ଐତିହାସିକ ପରୀକ୍ଷଣ କରିଛନ୍ତି । ଏହା ସହିତ, ଭାରତ ମହାକାଶରେ ସାଟେଲାଇଟ୍ ଇନ୍ଧନ ପ୍ରଯୁକ୍ତିବିଦ୍ୟା ହାସଲ କରିବାରେ ବିଶ୍ୱର ଦ୍ୱିତୀୟ ଦେଶ ହେବ।

ISROର ନୂତନ ଉପଗ୍ରହ 'ଅନ୍ୱେଷା'କୁ ଭାରତର 'ସୁପର ଭିଜନ' ଆଖି ବୋଲି କୁହାଯାଉଛି । ଏହା ମହାକାଶରେ ୬୦୦ କିଲୋମିଟର ଦୂରରୁ ସର୍ବୋତ୍ତମ ବସ୍ତୁର ଚିତ୍ର ଉତ୍ତୋଳନ କରିପାରିବ। ଏହା ସୀମାରେ ବୁଦାରେ ଲୁଚି ରହିଥିବା ଶତ୍ରୁ ସୈନିକ ହେଉ, କିମ୍ବା ସେନା ଟ୍ୟାଙ୍କ ରାସ୍ତାରେ ଲୁଚି ରହିଥିବା ଲ୍ୟାଣ୍ଡମାଇନ୍ ହେଉ ଅନ୍ଵେଷା ଆଖିରୁ କେହି ବର୍ତ୍ତୀ ପାରିବେ ନାହିଁ । ଏଥିପାଇଁ, ଅନ୍ୱେଷା HRS ପ୍ରଯୁକ୍ତିବିଦ୍ୟାରେ କାମ କରିବ, ଯାହା ୧୦୦ ପ୍ରକାରର ଆଲୋକ ଚିହ୍ନଟ କରିପାରିବ ।

ତେବେ ଶେଷ ସୂଚନା ସୁଦ୍ଧା ଜଣାପଡିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦିଗହରା ହୋଇଛି DRDO  ଦ୍ୱାରା ବିକଶିତ ହୋଇଥିବା ସାଟେଲାଇଟ 'ଅନ୍ଵେଷା' । ଯାନ୍ତ୍ରିକ ତ୍ରୁଟି ନେଇ ISRO  ପକ୍ଷରୁ ସୂଚନା ଦିଆଯାଇଛି । ତୃତୀୟ ପର୍ଯାୟରେ ଦିଗହରା ହୋଇଛି ।ଯାନ୍ତ୍ରିକ ତ୍ରୁଟି ଯୋଗୁଁ କକ୍ଷ ପଥରେ ଅବସ୍ଥାପିତ ହୋଇପାରିଲା ନାହିଁ ଅନ୍ଵେଷା । ଯାନ୍ତ୍ରିକ ତୃଟିନେଇ ISRO ପକ୍ଷରୁ ବିଶ୍ଳେଷଣ ଚାଲିଛି ।

Tags: