ଝାଡ଼ଖଣ୍ଡରେ ବରଯାତ୍ରୀ ବସ୍ ଓଲଟି ୫ ମୃତ, ୮୦ରୁ ଅଧିକ ଆହତ

ଝାଡ଼ଖଣ୍ଡରେ ବରଯାତ୍ରୀ ବସ୍ ଓଲଟି ୫ ମୃତ, ୮୦ରୁ ଅଧିକ ଆହତ

ରାଞ୍ଚି : ଛତିଶଗଡ଼- ଝାଡ଼ଖଣ୍ଡ ସୀମାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା‌ରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି।  ଲତେହାର ଜିଲ୍ଲାରେ ଆଜି ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ର ବ୍ରେକ୍‌ ଫେଲ୍‌ ହୋଇଯିବାରୁ ଏହା ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବାରୁ ମହିଳାଙ୍କ ସମେତ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୮୦ରୁ ଅଧିକ ଯାତ୍ରୀ ହୋଇଥିବାବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଲତେହାର ଜିଲ୍ଲାର ମହୁଆଦାନର୍‌ ପୁଲିସ ଷ୍ଟେସନ ଅନ୍ତର୍ଗତ ଓର୍ସା ବଙ୍ଗଲାଦାରା ଘାଟି ନିକଟରେ ହୋଇଥିଲା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଉକ୍ତ ଘଟଣା‌ରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେଏକ୍ସରେ ଏକ ପୋଷ୍ଟ କରି ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଲତେହାର ଡେପୁଟି କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବସ୍‌ରେ ପାଖାପାଖି ୭୦ ଯାତ୍ରୀ ଥିବା ଡ୍ରାଇଭର ବିକାଶ ପାଠକ ସୂଚନା ଦେଇ କହିଛନ୍ତି, ବସ୍‌ର ବ୍ରେକ୍‌ ଫେଲ୍‌ ହୋଇଯାଇଥିଲା। ସେ ହ୍ୟାଣ୍ଡବ୍ରେକ୍‌ ମାରି ଗାଡ଼ିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବସ୍‌ ନିୟନ୍ତ୍ରଣକୁ ଆସିନଥିଲା ଏହା ଓଲଟି ପଡ଼ିଥିଲା। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ମଧ୍ୟ ଘଟଣାରେ ଶୋକ ପ୍ରକାଶ କରିଛନ୍ତି। 

 

ସମ୍ବନ୍ଧିତ ଖବର ଖେମିନିଙ୍କ ମୃତ୍ୟୁ ପରେ ପୁଅ ମୋଜତାବା ଖେମିନି ହେଲେ ସର୍ବୋଚ୍ଚ ନେତା

Tags: