ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ
Samaya Live Desk Picture
Published On

ଚେନ୍ନାଇ :  ତାମିଲଗା ଭେଟ୍ରି କାଝାଗମ୍ (ଟିଭିକେ) ସଭାପତି ବିଜୟ ଆଜି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଦୀର୍ଘ ୬୦ ବର୍ଷ ପରେ ରାଜ୍ୟକୁ ପ୍ରଥମ ଅଣ ଦ୍ରାବିଡ଼ ସରକାର ମିଳିଛି। ୫୧ ବର୍ଷୀୟ ବିଜୟ ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମ୍‌ରେ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ବିଜୟ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି। ଶପଥ ସମାରୋହରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ବିଜୟଙ୍କ ବାପା ମା’ ଏସ୍ଏ ଚନ୍ଦ୍ରଶେଖର ଓ ଶୋଭା ଓ ଅଭିନେତ୍ରୀ ତ୍ରିଶା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜୟଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ଏଆଇଏଡିଏମ୍‌କେରୁ ବହିଷ୍କୃତ ହେବାପରେ ବିଜୟଙ୍କ ଦଳରେ ଯୋଗ ଦେଇଥିବା କେ ସେନଗୋତେୟାନଙ୍କ ସମେତ ୯ ଜଣ ଟିଭିକେ ନେତା ଆଜି ବିଜୟଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଉଲ୍ଲେଖଯୋଗ୍ୟ ୨୩୪ ଆସନ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭାରେ ବିଜୟଙ୍କ ଦଳ ଟିଭିକେ ୧୦୮ ସଂଖ୍ୟା ହାସଲ କରି ଏକକ ବୃହତ୍ତମ ଦଳ ହୋଇଥ‌ିଲେ ମଧ୍ୟ ବିଜୟଙ୍କ ପାଖରେ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ୧୧୮ ନଥିବାରୁ ନିର୍ବାଚନ ବାହାରିବାର ୫ ଦିନ ପର୍ଯ୍ୟନ୍ତ ତାମିଲନାଡ଼ୁ ରାଜନୀତିରେ ହାଇଡ୍ରାମା ଚାଲିଥିଲା। ବିଜୟଙ୍କୁ ରାଜ୍ୟପାଳ ୩ ଥର ଫେରାଇବାପରେ ଶେଷରେ ଚତୁର୍ଥ ଦିନରେ ସରକାର ଗଠନ ପାଇଁ ଅନୁମତି ଦେଲେ। ଏହା ବିଜୟଙ୍କ ପାଇଁ ପ୍ରଥମ ରାଜନୈତିକ ପରୀକ୍ଷା ହୋଇଥିବାବେଳେ ଏଥିରେ ସେ  ଉତ୍ତୀର୍ଣ୍ଣ ହୋଇଛନ୍ତି।  

 

Tags: