ମୋଦୀ ସରକାର ଚାପରେ ନଇଁବା ପରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ ପାଇଁ ଅଭିଜୀତ ଦିପକେଙ୍କ ସନ୍ଦେଶ
‘ଆମକୁ କକ୍ରୋଚ୍ ଡାକିଥିବାରୁ ଧନ୍ୟବାଦ’
ନୂଆଦିଲ୍ଲୀ : କକ୍ରୋଚ୍ ଜନତା ପାର୍ଟି (ସିଜେପି) କହିଛି ଯେ ଏହାର ଉତ୍ପତ୍ତି ଓ ନାମ ମେ ମାସର ଏକ ସୁପ୍ରିମକୋର୍ଟ ଶୁଣାଣିରୁ ଆସିଛି, ଯେଉଁଠାରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ବେରୋଜଗାର ଯୁବକମାନଙ୍କ ସନ୍ଦର୍ଭରେ ‘କକ୍ରୋଚ୍’ ଏବଂ ‘ପରଜୀବୀ’ ଶବ୍ଦ ବ୍ୟବହାର କରିଥିଲେ। ପରେ ସେ ସ୍ପଷ୍ଟ କରିଥିଲେ ଯେ ତାଙ୍କର ମତାମତ କେବଳ ନକଲି ଆଇନ ଡିଗ୍ରୀଧାରୀଙ୍କୁ ଉଦ୍ଦେଶ୍ୟ କରି ଥିଲା, ସମସ୍ତ ବେରୋଜଗାର ଯୁବକଙ୍କୁ ନୁହେଁ। ତେବେ ଛାତ୍ର ଆନ୍ଦୋଳନର ଚାପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବାର କିଛି ସମୟ ପରେ ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ସିଜେଆଇଙ୍କ ପାଇଁ ଏକ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଆମକୁ କକ୍ରୋଚ୍ ବୋଲି ଡାକିଥିବାରୁ ଧନ୍ୟବାଦ। ଶନିବାର ଦିନ ଜନ୍ତର ମନ୍ତର ଆନ୍ଦୋଳନ ସ୍ଥଳରୁ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ଅଭିଜିତ ଦୀପକେ ଏହି ସନ୍ଦେଶ ଦେଇଥିଲେ। ଛାତ୍ର ଆନ୍ଦୋଳନ ଚାପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବାର କିଛି ମିନିଟ୍ ପରେ ସେ ଏହି କଥା କହିଥିଲେ। ଦୀପକେ ସମର୍ଥକମାନଙ୍କୁ କହିଛନ୍ତି, ମୁଁ ପ୍ରଧାନ ବିଚାରପତିଙ୍କୁ ଧନ୍ୟବାଦ ଜଣାଉଛି। ସେ ଯଦି ଆମକୁ କକ୍ରୋଚ୍ ବୋଲି ଡାକିନଥାନ୍ତେ, ମୁଁ ଭାରତକୁ ଆସିନଥାନ୍ତି ଏବଂଏହି ଆନ୍ଦୋଳନ କେବେ ଆରମ୍ଭ ହୋଇନଥାନ୍ତା।
Tags:




