୮୦,୮୮୬ ମେଟ୍ରିକ୍‌ ଟନ୍‌ ଅଶୋଧିତ ‌ତୈଳ ଆଣି ଭାରତ ପହଞ୍ଚିଲା ‘ଜଗ ଲାଡକୀ’

୮୦,୮୮୬ ମେଟ୍ରିକ୍‌ ଟନ୍‌ ଅଶୋଧିତ ‌ତୈଳ ଆଣି ଭାରତ ପହଞ୍ଚିଲା ‘ଜଗ ଲାଡକୀ’
Samaya Live Desk Picture
Published On

ନୂଆଦିଲ୍ଲୀ :   ଭାରତୀୟ ତୈଳ ଟ୍ୟାଙ୍କର ‘ଜଗ ଲାଡକୀ’ ଗୁଜରାଟର ମୁନ୍ଦ୍ରାସ୍ଥିତ ଅଦାନୀ ବନ୍ଦରରେ ପହଞ୍ଚିଛି। ଏହା ୟୁଏଇର ଫୁଜେରାହ ବନ୍ଦରରୁ ହର୍ମୁଜ ପ୍ରଣାଳୀ ଅତିକ୍ରମ କରି ୮୦,୮୮୬ ମେଟ୍ରିକ ଟନ୍‌ ଅଶୋଧିତ ‌ତୈଳ ଧରି ଭାରତ ଆସିଛି। ଭାରତରେ ପ୍ରତିଦିନ ୫.୫ରୁ ୫.୬ ନିୟୁତ (ପାଖାପାଖି ୯୦ କୋଟି ଲିଟର) ତୈଳ ଆବଶ୍ୟକ ପଡ଼ୁଛି। ଏହାପୂର୍ବରୁ ମଙ୍ଗଳବାର ଭାରତରେ ନନ୍ଦା ଦେବୀ ଜାହାଜ ଗୁଜରାଟର ଭାଡିନାର ବନ୍ଦରରେ ପହଞ୍ଚି ଥିଲା। ଏହି ଜାହାଜରେ ପାଖାପାଖି ୪୬,୫୦୦ ମେଟ୍ରିକ ଟନ୍‌ ଏଲପିଜି ଅଣାଯାଇଥିଲା। ଭାରତୀୟ ଜାହାଜ ଶିୱାଲିକ ସୋମବାର ଏଲପିଜି ନେଇ ମୁନ୍ଦ୍ରା ବନ୍ଦରରେ ପହଞ୍ଚି ଥିଲା, ଯାହା ପାଖାପାଖି ୩୨.୪ ଲକ୍ଷ ଘରୋଇ ଗ୍ୟାସ ସିଲିଣ୍ଡର ସହିତ ସମାନ।

Tags: