୫% ବିମାନ ସଂଖ୍ୟା କମାଇବାକୁ ଇଣ୍ଡିଗୋକୁ ନିର୍ଦେଶ ଦେଲେ କେନ୍ଦ୍ର ସରକାର

୫% ବିମାନ ସଂଖ୍ୟା କମାଇବାକୁ ଇଣ୍ଡିଗୋକୁ ନିର୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋ ଅଚଳାବସ୍ଥା ପାଇଁ ସାରା ଦେଶରେ ଯାତ୍ରୀ ହନ୍ତସନ୍ତ । ବହୁସଂଖ୍ୟକ ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ହେବା ପରେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୫% ବିମାନ ସଂଖ୍ୟା କମାଇବାକୁ ଇଣ୍ଡିଗୋକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଦେଶର ବିମାନ ଚଳାଚଳ ନିୟାମକ (ଡିଜିସିଏ) ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ, ଇଣ୍ଡିଗୋର ଶୀତକାଳୀନ ସମୟସୂଚୀକୁ ହ୍ରାସ କରିଛି । ଯାହା ଫଳରେ ଉଡ଼ାଣ ସଂଖ୍ୟା ୫ ପ୍ରତିଶତ ହ୍ରାସ ପାଇଛି । ଇଣ୍ଡିଗୋ ପ୍ରତିଦିନ ପ୍ରାୟ ୨,୨୦୦ ଘରୋଇ ଏବଂ ଆନ୍ତର୍ଜାତୀୟ ଉଡ଼ାଣ ପରିଚାଳନା କରେ । କିନ୍ତୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଇଣ୍ଡିଗୋର ୧୧୦ ଟି ଉଡ଼ାଣ ହ୍ରାସ କରାଯାଇଛି । ଇଣ୍ଡିଗୋର ବଡ ପଡିଥିବା ଏହି ସ୍ଲଟ୍ ଅନ୍ୟ ବିମାନ କମ୍ପାନୀଗୁଡ଼ିକୁ ଦିଆଯିବ ବୋଲି ସରକାର କହିଛନ୍ତି ।

Read More ପୁଟିନଙ୍କୁ ମୋଦୀ ଦେଇଥିବା ଉପହାରରେ ରହିଛି ଆସାମ ଚା, ଭଗବଦ୍ ଗୀତା, ରୂପା ଘୋଡା 

ସୂଚନାନୁସାରେ,ଗତ ୭ ଦିନରେ ୪୭୦୦ରୁ ଅଧିର ଇଣ୍ଡିଗୋ ବିମାନ ଉଡ଼ାଣ ରଦ୍ଦ ହୋଇଛି । ଏହାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି, ଇଣ୍ଡିଗୋ ଏବଂ ୨୨ଶହରୁ ଅଧିକ ବିମାନ ଅପରେଟ୍ କରୁଛି । ଆମେ ନିଶ୍ଚିତ ଭାବେ ତାହା କମ କରିବୁ। ୧ ରୁ ୮ ଡିସେମ୍ବର ସନ୍ଧ୍ୟା ୫ଟା ମଧ୍ୟରେ ବାତିଲ ହୋଇଥିବା ସାଢ଼େ ୭ ଲକ୍ଷ ଟିକେଟ୍ ପାଇଁ ୭୪୫ କୋଟି ଟଙ୍କା ରିଫଣ୍ଡ କରାଯାଇଛି । ନାଇଡୁ କହିଛନ୍ତି, ଭାରତରେ ଯେଉଁଭଳି ବିମାନ ଯାତ୍ରାର ଚାହିଦା ରହୁଛି, ଏଥିପାଇଁ ୫ଟି ବଡ଼ ଏୟାରଲାଇନ୍ସର ଆବଶ୍ୟକତା ରହିଛି । ଫଳରେ ଇଣ୍ଡିଗୋ ଯୋଗାଉଥିବା ବିମାନ ସେବାର କିଛି ସ୍ଲଟ୍ ଅନ୍ୟ ଏୟାରଲାଇନ୍ସକୁ ଦେବାକୁ ନିଷ୍ପତ୍ତି ହୋଇଛି ।

Read More ଆରମ୍ଭ ହେଲା ଥାର୍ଡ ୱାନଡେ,ବିସିସିଆଇ ନେଲା ବଡ ନିଷ୍ପତି

Tags: